ଏଇଟି ପିଜା ସବୁଠୁ ଶସ୍ତା, ସନ୍ଧ୍ୟା ହେଲେ ଲାଗୁଛି ଭିଡ...

ଅର୍ଗସ ବ୍ୟୁରୋ : ପିଜା । ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବୋହିବା ଆରମ୍ଭ କରେ । ଯୁବପିଢୀଙ୍କର ବେଶ ପସନ୍ଦ ପିଜା । ହେଲେ ଏହି ଖାଇବା ଚିଜଟିର ନାଁ ଯେମିତି ଦାମ ବି ସେମିତି । ଟେଷ୍ଟ ଅନୁଯାୟୀ ବିଭିନ୍ନ ସ୍ଥାନରେ ଏହାର ଦାମ ସେତିକି ସେତିକି ଅଧିକ ହୋଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ପିଜାର ଦାମ ମାତ୍ର ୩୯ ଟଙ୍କା ? ଶୁଣିବା ପରେ ବି ଆପଣ ବିଶ୍ବାସ କରିବେନି, କି ଏତେ କମ ଦାମରେ କଣ ସତରେ ପିଜା ବିକ୍ରି ହୁଏ ? ହେଲେ ଏହି କଥାଟା ସତ ଆଜ୍ଞା । ଏପରି ଏକ ଦୋକାନ ଅଛି ଯେଉଁଠି ପିଜା ଖୁବ କମ ମୂଲ୍ୟରେ ମିଳିଥାଏ । ଯେଉଁଠିକୁ ଅନେକ ଦୂର ଦୂରାନ୍ତରୁ ଲୋକେ ପିଜା ଖାଇବାକୁ ଆସିଥାନ୍ତି
ଅଧିକ ପଢନ୍ତୁ : ଓଜନ ହ୍ରାସ କରିବ ଏହି ସ୍ଥାନର "ଛୋଲେ ବଟୁରେ"
ତେବେ ଆପଣଙ୍କୁ ଯଦି ଏପରି ସ୍ବାଦିଷ୍ଟ ପିଜା କମ ମୂଲ୍ୟରେ ଖାଇବାର ଅଛି ଆପଣଙ୍କୁ ଛତିଶଗଡ ଯିବାକୁ ପଡିବ । ଛତିଶଗଡର ରାଜଧାନୀରେ ଥିବା ଏକ ଦୋକାନରେ ଖୁବ ସୁଦ୍ଧ ଏବଂ କମ ମୂଲ୍ୟରେ ଏହି ପିଜା ତିଆରି କରାଯାଏ । ଯାହାର ମୂଲ୍ୟ ରହିଛି ମାତ୍ର ୩୯ ଟଙ୍କା । ସନ୍ଧ୍ୟା ହେବାକ୍ଷଣି ଏଠାରେ ପିଜା ଖାଇବା ପାଇଁ ଲୋକଙ୍କର ଭିଡ ଜମିଥାଏ । ଏହି ଦୋକାନର ନାଁ ହେଉଛି 'ଦ ଭୁକଡ' । ଏହି ଦୋକାନର ମାଲିକ ଦୀପକ ଜାଲ କହିଛନ୍ତି , ସେ ମାତ୍ର କିଛି ମାସ ହେବ ଏହି ଦୋକାନ ଖୋଲିଛନ୍ତି । ରାୟପୁରରେ ସବୁଠୁ ଶସ୍ତା ପିଜା ତାଙ୍କ ଦୋକାନରେ ସେ ବିକ୍ରି କରନ୍ତି । ହେଲେ ପିଜାର ସ୍ବାଦରେ କୌଣସି ପରିବର୍ତ୍ତନ ହୁଏନି । ସବୁ ଫ୍ଲେବରର ପିଜା ସେ ତିଆରି କରିଥାନ୍ତି । ଏବଂ ସେ ଏହା ମଧ୍ୟ କହିଛନ୍ତି, ଯେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ପିଜା ପସନ୍ଦ, ହେଲେ ପିଜାର ଦାମ ଅଧିକ ଯୋଗୁଁ ସେ ଖାଇନଥାନ୍ତି । ସେକଥାକୁ ଚିନ୍ତା କରି ସେ ମାତ୍ର ୩୯ ଟଙ୍କାରେ ପିଜା ବିକ୍ରି କରୁଛନ୍ତି । ତେବେ ଏହି ଦୋକାନରେ ମଧ୍ୟ ପିଜା ଖାଇବାକୁ ଗ୍ରାହକ ମାନେ ବେଶ ପସନ୍ଦ କରୁଥିବା ମତାମତ ଦେଇଛନ୍ତି ।