ଆସୁଛି ରକିଂ ଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ’, ଇନଷ୍ଟାଗ୍ରାମରେ ସେୟାର କଲେ ଫାଷ୍ଟ ଲୁକ୍

ଅର୍ଗସ ବ୍ୟୁରୋ : ଆସୁଛି ରକିଂ ଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ’ । ‘କେଜିଏଫ’ ଜରିଆରେ ଅନେକ ସୁନାମ ଆଣିଥିବା ଅଭିନେତା ୟଶ୍ଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସ ଖୁବ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ତେବେ ନିକଟରେ ୟଶ୍ ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେୟାର କଲେ ଫାଷ୍ଟ ଲୁକ୍ ।
ଟିଜର୍ରୁ ଏହି ଫିଲ୍ମର ନାମ ‘ଟକ୍ସିକ୍’ ବୋଲି ଜଣା ପଡିଛି । ଏଥିରେ ୟଶ୍ ହାତରେ ଏକ ସିଗାରେଟ୍ ଏବଂ ଟୋପି ପିନ୍ଧିଥିବାର ନଜର ଆସିଛନ୍ତି । ମାଲୟାଲମ୍ ଫିଲ୍ମର ପ୍ରଯୋଜକ ଗୀତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ୨୦୨୫ ଏପ୍ରିଲ ୧୦ରେ ଏହି ଫିଲ୍ମ ରିଲିଜ ହେବା ବୋଲି ସୂଚନା ମିଳିଛି । ୟଶ୍ଙ୍କ ବିପକ୍ଷରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାଇପଲ୍ଲବୀ ଦେଖାଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨ଫିଲ୍ମର କାହାଣୀ ଡ୍ରଗ୍ଧ ମାଫିଆଙ୍କ ଉପରେ ଆଧାରିତ ହେବ । ଏହା ଏକ ହାଇ ବଜେଟ ଫିଲ୍ମ ହେବ ବୋଲି ଜଣା ପଡ଼ିଛି । ତେବେ ୨୦୦୭ରେ ୟଶ୍ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଫିଲ୍ମ କରିଛନ୍ତି । ତେବେ ଶେଷ ଥର ପାଇଁ ୟଶ୍ ‘କେଜିଏଫ୍ ୨’ରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।