|
logo
Live

Argus News - ଟନେଲ ରେସକ୍ୟୁ ନେଇ ହେବ ବଲିଉଡ ଫିଲ୍ମ

Entertainment

ଟନେଲ ରେସକ୍ୟୁ ନେଇ ହେବ ବଲିଉଡ ଫିଲ୍ମ

Ritu Das
Browse all articles by Ritu Das
·2 years ago·2 min read
ଟନେଲ ରେସକ୍ୟୁ ନେଇ ହେବ ବଲିଉଡ ଫିଲ୍ମ

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡ ଉତ୍ତରକାଶିରେ ନିର୍ମାଣାଧୀନ ସିଲ୍କୟାରା-ଡଣ୍ଡାଲଗାଁଓ ଟନେଲ ଭୁଶୁଡ଼ିପଡ଼ିଥିଲା। ଏହି ଟନେଲରେ ୪୧ଜଣ ଶ୍ରମିକ ଫସିଯାଇଥିଲେ। ଯେଉଁଥିରେ ୧୭ ଦିନ ପର୍ଯ୍ୟନ୍ତ ସୁଡଙ୍ଗ ଭିତରେ ସଂଘର୍ଷ କରିଥିଲେ। ସେମାନଙ୍କୁ ବାହାରକୁ କାଢିବା ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏକାଠି ହୋଇଥିଲେ। କାରଣ ଶ୍ରମିକଙ୍କୁ ବାହାର କରିବା ଲାଗି ସମସ୍ତେ ଲକ୍ଷ୍ୟ ରଖିଥିଲେ। 

 

ସିଲ୍କୟାରା-ଡଣ୍ଡାଲଗାଁ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ବଞ୍ଚାଇବାକୁ ଟନଲ ଏକ୍ସପର୍ଟ ଆନ୍ନଲ୍ଡ ଡିକ୍ସଙ୍କ ସହାୟତା ନିଆଗଲା। ତାଙ୍କ ପାଇଁ ହିଁ ଶ୍ରମିକ ମାନେ ସୁରକ୍ଷିତ ଭାବେ ବାହାରକୁ ଆସିଲେ ଏବଂ ଆଉ ଏକ ଜନ୍ମ ପାଇଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ରେସକ୍ୟୁ ନେଇ ସବୁଠି ଜୟଗାନ। ଏହି ଟନେଲ ରେସ୍କ୍ୟୁକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିରେ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା। ଚାଲିଛି। ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେଶନକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ନିର୍ମାଣ କରିବେ। ଏହି ଫିଲ୍ମର ନାଁ ହେବ ମିଶନ ସୁଡ଼ଙ୍ଗ ରଖାଯିବ। ଲିଡ ଭୂମିକାରେ ଅକ୍ଷୟ ଅଭିନୟ କରିବେ। ଏହି ଫିଲ୍ମରେ ସେ ଟନେଲ ଏକ୍ସପର୍ଟ ଆନର୍ଲ୍ଡ ଡିକ୍ସଙ୍କ ଭୂମିକାରେ ନଜର ଆସିବେ। ଏହି ଉଦ୍ଧାର ସମୟରେ ଆନର୍ଲ୍ଡ ଡିକ୍ସଙ୍କୁ ମଧ୍ୟ ଡକାଯାଇଥିଲା। ଏହି ବ୍ୟକ୍ତି ଅଷ୍ଟ୍ରେଲିଆରେ ଚାଲୁଥିବା ଅନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏଶନର ସଭାପତି। ବ୍ରିଟିଶ ଇନଷ୍ଟିଚ୍ୟୁଟ ଅଫ ଇନଭେଷ୍ଟିଗେଟର୍ସରେ କାମ କରୁଥିବା ଡିକ୍ସଙ୍କର ଇଞ୍ଜିନିୟରିଂ, ଭୂବିଜ୍ଞାନ, ଆଇନ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ୩୦ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ତେବେ ଅକ୍ଷୟଙ୍କ ତରଫରୁ ଏ ମୁଭିକୁ ନେଇ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ହୋଇନି। 

ସୂଚନା ଥାଉ କି,  ଉତ୍ତରକାଶୀ ନିର୍ମାଣଧୀନ ଟନେଲ ଭୁଶୁଡିଯିବାରୁ  ଦୀର୍ଘ ୧୭ ଦିନ ଫସିକି ଥିଲେ ୭ ରାଜ୍ୟର ୪୧ ଶ୍ରମିକ। ୨୮ ତାରିଖ ସମସ୍ତଙ୍କୁ ବଡ଼ ଆଶ୍ବାସନା ଦେଇଥିଲା। ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
ଟନେଲ ରେସକ୍ୟୁ ନେଇ ହେବ ବଲିଉଡ ଫିଲ୍ମ | Argus English