Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏହି ଗାଁରେ ରହିଲେ ଅଞ୍ଚଳବାସୀ ଦେବେ ଟଙ୍କା

Entertainment

ଏହି ଗାଁରେ ରହିଲେ ଅଞ୍ଚଳବାସୀ ଦେବେ ଟଙ୍କା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଏହି ଗାଁରେ ରହିଲେ ଅଞ୍ଚଳବାସୀ ଦେବେ ଟଙ୍କା

ଅର୍ଗସ ବ୍ୟୁରୋ: ଏମିତି ଏକ ଗାଁ ଅଛି ଯେଉଁଠି ଆପଣ ରହିଲେ ସେଠାକାର ଅଞ୍ଚଳବାସୀ ଆପଣଙ୍କୁ ଦେବେ ଲକ୍ଷ ଲକ୍ଷ ଟଙ୍କା। ଆପଣ କୋଟିପତି ବି ହୋଇପାରନ୍ତି। ଆପଣ ଭାବୁଥିବେ ରହିବା ପାଇଁ କିଏ ବା କାହିଁକି ଟଙ୍କା ଦେବ? ଆଜ୍ଞା ହଁ, ଏହା ସମ୍ପୂର୍ଣ୍ଣ ସତ। ଖାଲି ସେତିକି ନୁହେଁ, ସେଠାକାର ସରକାର ଏକ ସର୍ତ୍ତ ରଖିଥାନ୍ତି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ? କେଉଁଠି ଏହି ଗାଁ? କାହିଁକି ସେଠାକାର ଲୋକେ ଦିଅନ୍ତି ପଇସା। ଆଉ ସରକାର କେଉଁ ପ୍ରକାରର ସର୍ତ୍ତ ରଖିଥାନ୍ତି ? ଏହି ସ୍ଥାନଟି ହେଉଛି ଜାପାନର କାୟମାନ ସହର । ଏଠାରେ ଧୀରେ ଧୀରେ ଜନବସତି କମିବାରେ ଲାଗିଛି । ତେଣୁ ଏଠାରେ ରହିବା ପାଇଁ ସରକାର ବର୍ତ୍ତମାନ ଟଙ୍କା ଦେବା ପାଇଁ ଅଫର ଦେଇଛନ୍ତି । ଫଳରେ ଏଠାରେ ପୁଣିଥରେ ଜନବସତି ଆରମ୍ଭ ହୋଇପାରିବ । ତେବେ ଯଦି ଆପଣ ‘ମୂଲା’ ପାଇଁ କ୍ୱାଲିଫାଏ କରିପାରନ୍ତି, ତେବେ ଆପଣ ମଧ୍ୟ ଏଠାରେ ରହିପାରିବେ ।

ଆପଣଙ୍କୁ ଏଥିପାଇଁ ପ୍ରାୟ ୫ ଲକ୍ଷ ୭୬ ହଜାରଟଙ୍କା ପ୍ରଦାନ କରାଯାଇପାରେ । କିନ୍ତୁ ଏଠାକାର ପ୍ରଶାସନ ଗୋଟିଏ ସର୍ତ୍ତ ରଖିଛନ୍ତି । ଏଠାରେ ରହିବାକୁ ହେଲେ ଆପଣଙ୍କୁ ନିଜ ସର୍ ନେମ୍ ପରିବର୍ତ୍ତନ କରିବାକୁ ପଡ଼ିବ । ଏଠାରେ ନିଜର ସର୍ ନେମ୍ ‘ସୁଜୁକୀ’ ରଖିବାକୁ ହେବ । ଏହାସହିତ ୧୮ ବର୍ଷରୁ କମ୍ ବୟସର ପ୍ରତ୍ୟେକ ପିଲାଙ୍କୁ ଅତିରିକ୍ତ ୧ ମିଲିୟନ ଟଙ୍କା ପ୍ରଦାନ କରାଯିବ । ତେବେ ଏହି ସୁଜୁକୀ ହେଉଛି ଜାପାନର ସାଧାରଣ ସର୍ ନେମ୍ ଭିତରୁ ଅନ୍ୟତମ । ଏହା ସୁଜୁକୀର ଜନ୍ମସ୍ଥାନ ବୋଲି ମଧ୍ୟ କୁହାଯାଏ । ତେଣୁ ସୁଜୁକୀକୁ ପ୍ରାଧାନ୍ୟ ଦିଆଯାଇଛି । ଏପରି କରିବା ଦ୍ୱାରା ଆପଣ ସେଠାକାର ବାସିନ୍ଦା ହୋଇଯିବେ। ଏହାସହ ଆପଣଙ୍କୁ ଆପଣଙ୍କର ସର ନେମ ବଦଳାଇବାକୁ ପଡିବ। ଧିରେ ଧିରେ ସମଗ୍ର ଜାପାନରେ, ଏଠାକାର ବାସିନ୍ଦାଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ପାଇଛି । ଯେଉଁଥି ପାଇଁ ସରକାର ଏଭଳି ନିଷତ୍ତି ନେଇଛନ୍ତି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
This Japan town will pay you a million Yen to live there | Argus English