Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥାଲାପତି ବିଜୟ

Entertainment

ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥାଲାପତି ବିଜୟ

Ritu Das
Browse all articles by Ritu Das
·2 years ago·1 min read
ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥାଲାପତି ବିଜୟ

ଅର୍ଗସ ବ୍ୟୁରୋ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତୀତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବାପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ବସିଛନ୍ତି। ଏହି କ୍ରମରେ ଏବେ ଜଣେ ଦକ୍ଷିଣ ଭାରତର ଯୁବ ଅଭିନେତା ରାଜନୀତିକୁ ଆସିବାର ସଙ୍କେତ ଦେଇଛନ୍ତି। ସେ ହେଲେ ବିଜୟ ଥାଲାପତି। 

ଖୁବଶୀଘ୍ର ବିଜୟ କମଲ ହାସନ ଏବଂ ରଜନୀକାନ୍ତଙ୍କ ଆଦି କଳାକାରଙ୍କ ଭଳି ରାଜନୀତିରେ ପାଦ ରଖିପାରନ୍ତି। ତାଙ୍କ ଫ୍ୟାନ କ୍ଲବ ଜେନେରାଲ କାଉନସିଲ ବିଜୟ ମକ୍କାଲ ଇୟାକମ ଏନେଇ ସ୍ପଷ୍ଟ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ଏନେଇ ନିଷ୍ପତ୍ତି ନେଇପାରନ୍ତି। ଏହାକୁ ନେଇ ଗୁରୁବାର ଏକ ବୈଠକ ବସିଥିଲା। ଏହାପରେ ଅଭିନେତାଙ୍କୁ ନିଜର ଦଳ ପଞ୍ଜୀକୃତ କରିବାର ସ୍ବୀକୃତି ମିଳିଛି। 

କହିରଖୁଛୁ ଦକ୍ଷିଣ ଭାରତରେ ବିଜୟଙ୍କ ପ୍ରଶଂସକ ସଂଖ୍ୟା ଢେର ଅଧିକ। ଏଥିସହ ସେ ସମାଜସେବା କାମ ମଧ୍ୟ କରି ଆସୁଛନ୍ତି। ଏଣୁ ତାଙ୍କୁ ନେଇ ଲୋକଙ୍କ ମନରେ ଭଲ ପାଇବା ରହିଛି। ରାଜନୀତିକୁ ସେ ଆସିବାପରେ ଏହାର ଲାଭ ମିଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ୨୦୧୮ରେ ଥୁଥୁକ୍କୁଡି ପୋଲିସ ଫାୟାରିଂ ପରେ ରାଜନୀତିରେ ତାଙ୍କର ଯୋଗଦାନ ବଢ଼ିଥିଲା। ଏଣୁ ସେ ୨୦୨୬ ଆଡ଼କୁ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଆଶା କରାଯାଉଥିଲା। ହେଲେ ତା' ପୂର୍ବରୁ ସେ ରାଜନୀତିରେ ପାଦ ରଖିବାକୁ ଯୋଜନା କରୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
Superstar Thalapathy | Argus English