Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚର୍ଚ୍ଚାରେ ରଶ୍ମିକା ବିଜୟଙ୍କ ଲଭ୍ ଷ୍ଟୋରି

Entertainment

ଚର୍ଚ୍ଚାରେ ରଶ୍ମିକା ବିଜୟଙ୍କ ଲଭ୍ ଷ୍ଟୋରି

Arpita Mohanty
Browse all articles by Arpita Mohanty
·2 years ago·2 min read
ଚର୍ଚ୍ଚାରେ  ରଶ୍ମିକା ବିଜୟଙ୍କ ଲଭ୍ ଷ୍ଟୋରି

ଅର୍ଗସ ବ୍ୟୁରୋ : ବଲିଉଡରେ କୌଣସି ଫିଲ୍ମର ରିଲିଜ୍ ପୂର୍ବରୁ ଫିଲ୍ମ ବିଷୟରେ ଚର୍ଚ୍ଚା କମ ଆଉ ଆକ୍ଟରସ ମାନଙ୍କର ପ୍ରେମ ସମ୍ପର୍କ ବିଷୟରେ ଚର୍ଚ୍ଚା ଜୋରେ ଥାଏ। ସେମିତି ଏବେ ଚର୍ଚ୍ଚାରେ ଅଛନ୍ତି  ରଶ୍ମିକା ମନ୍ଦନା। ଖୁବ୍ ଶୀଘ୍ର ତାଙ୍କ ଫିଲ୍ମ ଆନିମଲ ରିଲିଜ ହେବାକୁ ଯାଉଛି ଆଉ ଫିଲ୍ମର ରିଲିଜ ସହିତ ତାଙ୍କ ଲଭଷ୍ଟୋରିର ଚର୍ଚ୍ଚା ବି ଜୋରେ ଚାଲିଛି। ଫିଲ୍ମର ପୂରା ଟିମ୍ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଆନିମଲର ଡାଇରେକ୍ଟର ସନ୍ଦୀପ ରେଡ୍ଡୀ, ରଶ୍ମିକା ମନ୍ଦନା ଏବଂ ରଣବୀର କପୂର ପ୍ରମୋସନ ପାଇଁ ଅନଷ୍ଟପେବଲ ୱିଥ୍ ଏନବିକେ ୨ ରେ ପହଁଞ୍ଚିଥିଲେ। ସେଠାରେ ରଣବୀର ମଜା ମଜାରେ ରଶ୍ମିକା ଏବଂ ବିଜୟଙ୍କ ରିଲେସନସିପର ପର୍ଦାଫାସ କରିଦେଇଥିଲେ। 

ଶୋ ରେ ସନ୍ଦୀପ ରେଡ୍ଡୀଙ୍କୁ ତାଙ୍କର ପ୍ରଥମ ଫିଲ୍ମ ଅର୍ଜୁନ ରେଡ୍ଡୀ ଏବଂ ଆନିମଲର ପୋଷ୍ଟରକୁ ଏକା ସହିତ ଦେଖାଯାଇଥିଲା। ସେହି ସମୟରେ  ରଶ୍ମିକାଙ୍କୁ ପଚରାଯାଇଥିଲା ବିଜୟ ଏବଂ ରଣବୀରଙ୍କ ମଧ୍ୟରୁ ତାଙ୍କ ଫେବୋରାଇଟ୍ ଆକ୍ଟର କିଏ ?ସେଥିରେ ରଶ୍ମିକା ଡିପ୍ଲୋମେଟିକ୍ ଉତ୍ତର ଦେଇ କହିଲେ ଅର୍ଜୁନ ରେଡ୍ଡୀ ସହିତ ମୋର କନେକ୍ସନ ରହିଛି,ଆଉ ଆନିମଲ ମୋର ଫିଲ୍ମ ସେଥିପାଇଁ ଉଭୟ ମୋର ପସନ୍ଦ। ଏହାପରେ ତାଙ୍କୁ ଅର୍ଜୁନ ରେଡ୍ଡୀ ସହିତ କଣ କନେକ୍ସନ ରହିଛି ପଚରା ଯାଇଥିଲା। ସେଥିରେ ସିଏ ଥଙ୍ଗେଇକି କହିଥିଲେ ଯେତେବେଳେ ସିଏ ହାଇଦ୍ରାବାଦ ଯାଇଥିଲେ ପ୍ରଥମେ ଅର୍ଜୁନ ରେଡ୍ଡୀ ଦେଖିଥିଲେ। ବାସ୍ ଏଇଠି ରଣବୀର ତାଙ୍କ ପୋଲ ଖୋଲି ଦେଇଥିଲେ। ସେ କହିଥିଲେ ସନ୍ଦୀପ ରଶ୍ମିକାଙ୍କ ସହିତ ଅର୍ଜୁନ ରେଡ୍ଡୀର ସକସେସ୍ ପାର୍ଟିରେ ଦେଖାହୋଇଥିଲେ। ଆଉ ଏହି ପାର୍ଟି  ରଶ୍ମିକାଙ୍କ ଘର ଛାତ ଉପରେ ହିଁ ହେଉଥିଲା। ଏହା ଶୁଣି ରଶ୍ମିକା ଲାଜେଇ ଯାଇଥିଲେ । ସେହି ମଞ୍ଚରେ  ରଶ୍ମିକାଙ୍କୁ ବିଜୟଙ୍କୁ କଲ କରିବା ପାଇଁ ମଧ୍ୟ କୁହାଯାଇଥିଲା। ଉଭୟଙ୍କ କଥାରୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ସ୍ପଷ୍ଟ ଜଣାପଡୁଥିଲା।

ତେବେ ଡିସେମ୍ବର ୧ରେ ଆନିମଲ ବକ୍ସ ଅଫିସରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ  ରଶ୍ମିକାଙ୍କ ସହିତ ଅଛନ୍ତି ରଣବୀର କପୂର, ବବି ଦେଓଲ, ପରିନୀତି ଚୋପ୍ରା, ଅନିଲ କପୂର ଏବଂ ଶରତ ସକ୍ସେନା। ପ୍ରଥମ ଥର ପାଇଁ ରଣବୀର ଏବଂ  ରଶ୍ମିକାଙ୍କ କେମେଷ୍ଟ୍ରି ଦେଖିବାକୁ ଫ୍ୟାନ୍ସ ମାନେ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର

Sponsored
Rashmika and Vijay | Argus English