Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରଶ୍ମିକା ମନ୍ଧାନାଙ୍କ ଏକ ଫେକ୍ ଭିଡିଓ ଭାଇରାଲ, ଅନ୍ୟ ଜଣେ ଯୁବତୀଙ୍କ ଭିଡିଓରେ ତାଙ୍କ ଚେହେରା ଲଗାଯାଇଛି

Entertainment

ରଶ୍ମିକା ମନ୍ଧାନାଙ୍କ ଏକ ଫେକ୍ ଭିଡିଓ ଭାଇରାଲ, ଅନ୍ୟ ଜଣେ ଯୁବତୀଙ୍କ ଭିଡିଓରେ ତାଙ୍କ ଚେହେରା ଲଗାଯାଇଛି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରଶ୍ମିକା ମନ୍ଧାନାଙ୍କ ଏକ ଫେକ୍ ଭିଡିଓ ଭାଇରାଲ, ଅନ୍ୟ ଜଣେ ଯୁବତୀଙ୍କ ଭିଡିଓରେ ତାଙ୍କ ଚେହେରା ଲଗାଯାଇଛି

ଅର୍ଗସ ବ୍ୟୁରୋ: ଡିପ୍‌ ଫେକ ଭିଡିଓର ଶିକାର ହେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କେତେ ଯେ ମାରାତ୍ମକ ହୋଇପାରେ ତାର ତାଜା ଚିତ୍ର ଦେଖିବାକୁ ମିଳିଛି। ପ୍ରସିଦ୍ଧ ଗୀତଗୋବିନ୍ଦମ ଫେମ୍ ରଶ୍ମିକା ମନ୍ଧାନାଙ୍କ ଏକ ଫେକ୍ ଭିଡିଓ ଭାଇରାଲ କରାୟାଉଛି। ଯେଉଁଥିରେ ଅନ୍ୟ ଜଣେ ଯୁବତୀଙ୍କ ଭିଡିଓରେ ତାଙ୍କ ଚେହେରା ଲଗାଯାଇ ଏହି ଭିଡିଓ ଭାଇରାଲ କରାଯାଉଛି। ତେବେ ଏହାକୁ ନେଇ ରଶ୍ମିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଟ୍ୱିଟ୍ କରି ଏହି ଡିପ୍ ଫେକ୍ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତର ଆଇଟି ରୁଲ୍ ଅବମାନନା କରୁଥିବା ଯେକୌଣସି ବି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ପ୍ରକାର ଭୁଲ୍ ତଥ୍ୟ ପୋଷ୍ଟ କରାଯାଇଛି ତେବେ ଏହାକୁ ୩୬ ଘଣ୍ଟା ମଧ୍ୟରେ ହଟାଇ ନେବା ଉଚିତ । ଯଦି ପ୍ଲାଟଫର୍ମ ପକ୍ଷରୁ ଏହା କରାନଯାଏ ତେବେ ସଂପୃକ୍ତ ବ୍ୟକ୍ତି ପ୍ଲାଟଫର୍ମ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ।

ତେବେ ଡିପ ଫେକ୍ ଭିଡିଓ ହେଉଛି ,ଏକ କ୍ଲିପ୍ ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୁହଁ ଓ ଶରୀରକୁ ଡିଜିଟାଲି ପରିବର୍ତ୍ତନ କରାଯାଇଥାଏ । ସେଲିବ୍ରିଟି କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଲୋକଙ୍କୁ ଭୁଲ୍ ସୂଚନା ଦେବା ଲାଗି ଏଭଳି କରାଯାଇଥାଏ। ଯାହାର ଶିକାର ହୋଇଛନ୍ତି ଲୋକପ୍ରିୟ ସେଲିବ୍ରିଟି ରଶ୍ମିକା ମନ୍ଧାନା । ତେବେ ଏହି ଭିଡିଓର ଅରିଜିନାଲ ଭିଡିଓରେ ବ୍ରିଟିଶ-ଭାରତୀୟ ଯୁବତୀ ଜାରା ପଟେଲ ରହିଥିବା ସୂଚନା ମିଳିଛି । କିନ୍ତୁ ଡିପ୍‌ଫେକ୍‌ରେ ତାଙ୍କ ଚେହେରାକୁ ବଦଳାଇ ରଶ୍ମିକାଙ୍କ ଚେହେରା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ମନୋରଞ୍ଜନ ଖବର ଆହୁରି ପଢନ୍ତୁ

Sponsored
rashmika mandanna says deepfake video is extremely scary | Argus English