Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖୁବଶୀଘ୍ର ବାଜିବ ରକୁଲ-ଜ୍ୟାକିଙ୍କ ଶାହାନାଇ

Entertainment

ଖୁବଶୀଘ୍ର ବାଜିବ ରକୁଲ-ଜ୍ୟାକିଙ୍କ ଶାହାନାଇ

Ritu Das
Browse all articles by Ritu Das
·2 years ago·1 min read
ଖୁବଶୀଘ୍ର ବାଜିବ ରକୁଲ-ଜ୍ୟାକିଙ୍କ ଶାହାନାଇ

ଅର୍ଗସ ବ୍ୟୁରୋ: ୨୦୨୪ ଆରମ୍ଭ ହେଉ ହେଉ ବଲିଉଡରେ ବିବାହ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥର ଆଉ ଏକ କ୍ୟୁଟ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ଇରା ଖାନ ତାଙ୍କ ବୟଫ୍ରେଣ୍ଡ ନୁପୁର ଶିଖରଙ୍କୁ ବିବାହ କରିବେ। ତାଙ୍କ ପରେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ରକୁଲପ୍ରୀତ ସିଂହ ତାଙ୍କ ବୟଫ୍ରେଣ୍ଡ ଜ୍ୟାକି ଭଗନାନିଙ୍କୁ ବିବାହ କଫରିବେ। 

ମିଡିଆ ରିପୋର୍ଟ ହିସାବରେ ଫେବୃୟାରୀ ୨୨ ତାରିଖରେ ସିକରେଟ ଓ୍ବେଡିଂ କରିବେ ବୋଲି ଚର୍ଚ୍ଚା ହେଉଛି। ଏହି ମ୍ୟାରେଜ ଫଙ୍କସନରେ କେବଳ କ୍ଲୋଜ ରିଲେଟିଭସ ଯୋଗ ଦେବେ। ରକୁଲ ଏବଂ ଜ୍ୟାକି ଗୋଆରେ ଡେଷ୍ଟିନେସନ ଓ୍ବେଡିଂ କରିବେ ବୋଲି ଶୁଣାଯାଉଛି। ବିବାହ ପୂର୍ବରୁ ଦୁହେଁ ଏକାଠି ସମୟ ବିତାଉଛନ୍ତି। ତେବେ ଏହି କପଲଙ୍କ ପକ୍ଷରୁ ଅଫିସିଆଲି କୌଣସି କନଫରମେଶନ ଦିଆଯାଇନି। ଏହାପୂର୍ବରୁ ଉଭୟଙ୍କ ବିବାହ ହେବ ବୋଲି ଶୁଣାଯାଇଥିଲା। କିନ୍ତୁ ଏହା ମିଛ ହୋଇଥିଲା। ୩୩ ବର୍ଷୀୟା ରକୁଲଙ୍କୁ ଦୁଲହନ ବେଶରେ ଦେଖିବାକୁ ଫ୍ୟାନମାନେ ଖୁବ ଏକ୍ସାଇଟେଡ। ରକୁଲଙ୍କଠାରୁ ଜ୍ୟାକି ୬ବର୍ଷ ବଡ଼। ଜ୍ୟାକି ହେଉଛନ୍ତି ଫିଲ୍ମ ପ୍ରଡ୍ୟୁସର ଏବଂ ଡାଇରେକ୍ଟର ବାସୁ ଭଗନାନିଙ୍କ ସୁପୁତ୍ର। ରକୁଲଙ୍କ ବଲିଉଡରେ ନେମ ଆଣ୍ଡ ଫେମ ତ ରହିଛି ସେ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ରକୁଲ ଭାରି ଲୋକପ୍ରିୟ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rakul-Jackie's | Argus English