|
logo
Live

Argus News - ଏକାଠି ଦର୍ଶନ କଲେ ରାଘବ ଆଉ ସେହନାଜ

Entertainment

ଏକାଠି ଦର୍ଶନ କଲେ ରାଘବ ଆଉ ସେହନାଜ

Arpita Mohanty
Browse all articles by Arpita Mohanty
·2 years ago·1 min read
ଏକାଠି ଦର୍ଶନ କଲେ ରାଘବ ଆଉ ସେହନାଜ

ଅର୍ଗସ ବ୍ୟୁରୋ: ବଲିଉଡର ଚୁଲବୁଲି ନାୟିକା ତଥା ବିଗ୍ ବସ୍ ୧୩ର ଲୋକପ୍ରୟ କଣ୍ଟେସଟେଣ୍ଟ୍ ସେହନାଜ ଗିଲ ନିକଟରେ ବଦ୍ରିନାଥ ଧାମ ପରିଦର୍ଶନ କରିଥିଲେ। ତାଙ୍କ ସହ କୋରିଓଗ୍ରାଫର ତଥା ଅଭିନେତା ରାଘବ ଜୁୟାଲ ମଧ୍ୟ ନଜର ଆସିଥିଲେ। ଉଭୟ ବଦ୍ରିନାଥଙ୍କର ଦର୍ଶନ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। 'ବିଗ୍ ବସ୍ 13'ରେ ନିଜର ଚୁଲବୁଲି ଅନ୍ଦାଜ ପାଇଁ ଖ୍ୟାତି ଅର୍ଜନ କରିଥିବା ସେହନାଜ ଗିଲ ବର୍ତ୍ତମାନ ଏକ ବ୍ରେକରେ ଅଛନ୍ତି। ତେବେ ଭାଇରାଲ ହୋଇଥିବା ଭିଡିଓରେ ଯାହା ଫ୍ୟାନ୍ସଙ୍କର ଦୃଷ୍ଟି ଆକର୍ଷଣ କରିଛି ତାହା ହେଉଛି ରାଘବ ଜୁୟାଲଙ୍କ ସେଠାରେ ଉପସ୍ଥିତି ।

ନଭେମ୍ବର ୧୩ରେ ସେହନାଜ ବଦ୍ରିନାଥ ଧାମ ଯାତ୍ରାର ଦୁଇଟି ଚିତ୍ର ସେୟାର କରିଥିଲେ । ଫଟୋରେ ଅଭିନେତ୍ରୀ ମନ୍ଦିର ସମ୍ମୁଖରେ ଠିଆ ହୋଇଥିବା ନଜର ଆସିଛନ୍ତି।
ଶେହନାଜ ଏକ ମଫଲର ଏବଂ ବିନି ସହିତ ନୀଳ ପଫର୍ ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି। ତେବେ ପ୍ରଥମେ ତାଙ୍କ ପ୍ରଶଂସକ ଭାବିଲେ ସେ ଏକା ଯାଇଛନ୍ତି କିନ୍ତୁ ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓ ଗୁଜବକୁ ନିଶ୍ଚିତ କରିଛି। ଭାଇରାଲ ହେଉଥିବା ଏହି କ୍ଲିପ୍‌ରେ ରାଘବ ଏବଂ ସେହନାଜଙ୍କ ପରି ଜ୍ୟାକେଟ୍ ପିନ୍ଧିଥିବା ଜଣେ ମହିଳା ମନ୍ଦିରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ଅନୁମାନ କରିଛନ୍ତି ଯେ ସେ ହେଉଛନ୍ତି ସେହନାଜ ଗିଲ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଏକାଠି ଦର୍ଶନ କଲେ ରାଘବ ଆଉ ସେହନାଜ | Argus English