Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପରିଣୀତି କହିଲେ ହାପି ମ୍ୟାରେଜ ପଛର କାହାଣୀ

Entertainment

ପରିଣୀତି କହିଲେ ହାପି ମ୍ୟାରେଜ ପଛର କାହାଣୀ

Ritu Das
Browse all articles by Ritu Das
·2 years ago·1 min read
ପରିଣୀତି କହିଲେ ହାପି ମ୍ୟାରେଜ ପଛର କାହାଣୀ

ଅର୍ଗସ ବ୍ୟୁରୋ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା ଉଭୟଙ୍କ ବିବାହ ଉଦୟପୁରର ଏକ ପ୍ୟାଲେସ୍‌ରେ ଗତ ସେପ୍ଟେମ୍ବର ୨୪ ତାରିଖରେ ସମ୍ପନ୍ନ ହୋଇଥିଲା।

ପରିଣୀତି ଏବଂ ରାଘବଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତାର ସମ୍ପର୍କ ଗଢ଼ି ଉଠିଥିଲା। ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ଘର‌ଲୋକ ବି ଏପ୍ରସ୍ତାବରେ ରାଜି ହୋଇଯାଇଥିଲେ।

ନିକଟରେ ପରିଣୀତି ନିଜର ବିବାହ ପରର ଜୀବନକୁ ସକସେସଫୁଲ ବୋଲି ଜଣାଇବା ସହିତ ଏହା କିପରି ହେଲା ତାହାର କାରଣ ବି ସେ ତାଙ୍କ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି।  ପରିଣୀତି କହିଛନ୍ତି, ‘ମଜା କଥା ହେଉଛି ରାଘବଙ୍କୁ ବଲିଉଡ ବିଷୟରେ କିଛି ଜଣାନାହିଁ। ସେହିପରି ମୁଁ ରାଜନୀତି ବିଷୟରେ କିଛି ଜାଣିନାହିଁ। ଏହି କାରଣରୁ ବୃତ୍ତିଗତ ଜୀବନରେ ଆମେ ସ୍ବାଧୀନ ଭାବେ ଆଗେଇ ଚାଲିଛୁ। କିଏ କାହା ବୃତ୍ତିରେ ହସ୍ତକ୍ଷେପ କରୁନ‌ାହୁଁ। ଏହି କାରଣରୁ ଆମ ବୈବାହିକ ଜୀବନ ହସଖୁସିରେ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Parineeti told the | Argus English