Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ବାମୀ ରାଘବ ଚଡ୍ଡାଙ୍କ ବାର୍ଥଡେରେ ରୋମାଣ୍ଟିକ ହେଲେ ପରିଣୀତି

Entertainment

ସ୍ବାମୀ ରାଘବ ଚଡ୍ଡାଙ୍କ ବାର୍ଥଡେରେ ରୋମାଣ୍ଟିକ ହେଲେ ପରିଣୀତି

Ritu Das
Browse all articles by Ritu Das
·2 years ago·1 min read
ସ୍ବାମୀ ରାଘବ ଚଡ୍ଡାଙ୍କ ବାର୍ଥଡେରେ ରୋମାଣ୍ଟିକ ହେଲେ ପରିଣୀତି

ଅର୍ଗସ ବ୍ୟୁରୋ: ଆପ ସାଂସଦ ରାଘବ ଚଡ୍ଡା ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି। ସ୍ବାମୀଙ୍କ ଏହି ବିଶେଷ ଦିନରେ ଅଭିନେତ୍ରୀ ତାଙ୍କ ଉପରେ ତାଙ୍କ ଭଲ ପାଇବା ଅଜାଡ଼ି ଦେଇଛନ୍ତି। ସ୍ବାମୀଙ୍କ ପାଇଁ ସେ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି।

ଏହି ଖାସ୍‌ ଦିନରେ ପରୀଣିତି ଚୋପ୍ରା ବି ତାଙ୍କ ସ୍ବାମୀଙ୍କ ପାଇଁ ଏକ ସୁନ୍ଦର ନୋଟ୍‌ ଲେଖିଛନ୍ତି। ଯେଉଁଥିରେ ଦୁଇ ଜଣଙ୍କ ରୋମାଣ୍ଟିକ୍‌ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଫଟୋଗୁଡ଼ିକରେ ପରିଣୀତି ଓ ରାଘବ କେବେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖୁଥିବାର ନଜର ଆସିଛନ୍ତି ତ ପୁଣି କେବେ ବିଦେଶୀ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ସେହି ଫଟୋଗୁଡ଼ିକ ଭିତରୁ ଗୋଟାଏ ଫଟୋ ଏପରି ବି ଅଛି, ଯେଉଁଥିରେ ପରିଣୀତିଙ୍କ ପାଦରେ ମେହେନ୍ଦୀ ଲାଗିଥିବାର ଦେଖିବାକୁ ମିଳିଛି।
ଏହି ସବୁ ଅଦେଖା ଫଟୋକୁ ଶେୟାର କରି ପରୀ ଲେଖିଛନ୍ତି, ତୁମେ ଭଗବାନଙ୍କ ନିକଟରୁ ମିଳିଥିବା ସବୁଠାରୁ ଭଲ ଗିଫ୍ଟ।  ତୁମ ଶାନ୍ତ ରହିବା ମୋର ଔଷଧ। ଆଜି ଆନୁଷ୍ଠାନିକ ଭାବେ ମୋର ପ୍ରିୟ ଦିନ। ହାପି ବାର୍ଥଡେ ମାଇଁ ସ୍ବିଟ ହବି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Parineeti gets | Argus English