ଶାଶୁ ଜୟାଙ୍କ ସହ ବୋହୂ ଐଶ୍ବର୍ଯ୍ୟାଙ୍କର ପଡ଼ୁନି

ଅର୍ଗସ ବ୍ୟୁରୋ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଏମିତି ଗୋଟିଏ କଥାକୁ ନେଇ ଏବେ ସବୁଠି ଗସିପ ଚାଲିଛି। ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ସବୁଠି ଚର୍ଚ୍ଚା। କିଏ କିଏ କହୁଛନ୍ତି ଅଭିଷେକ ଐଶ୍ବଯ୍ୟା ଛାଡ଼ପତ୍ର ଦେବେ। କିନ୍ତୁ ଏକଥା କଣ ସତ। ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବଢ଼ିଯାଇଛି। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ମଧ୍ୟ ସଂପର୍କ ବିଗିଡ଼ି ଯାଇଛି। ଏହି କାରଣରୁ ଉଭୟ ଐଶ୍ବର୍ଯ୍ୟା ଏବଂ ଅଭିଷେକ ଅଲଗା ରହିବାକୁ ନିଷ୍ପତ୍ତି ବି ନେଇଥିବା କୁହାଯାଉଛି। ବଚ୍ଚନ ପରିବାର ସହ ଯୋଗାଯୋଗରେ ଥିବା ଲୋକଙ୍କ କହିବାନୁଯାୟୀ, ଝିଅ ଆରାଧ୍ୟା ପାଇଁ ଅଭିଷେକ ଓ ଐଶ୍ବର୍ଯ୍ୟା ଏକାଠି ରହୁଥିଲେ। ‘ଜୁମ୍’ର ରିପୋର୍ଟ ଅନୁଯାୟୀ, ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ଦୂରତା ବଢ଼ିଯାଇଛି।
ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ପରିବାରଠାରୁ ଦୂରରେ ରହୁଛନ୍ତି। ଏବେ ସେ ନିଜର ମାଆଙ୍କ ସହିତ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ଦିଆଯାଇନାହିଁ। କୁହାଯାଉଛି ଯେ ଶାଶୁ ଜୟାଙ୍କ ସହିତ ଐଶ୍ବର୍ଯ୍ୟାଙ୍କର ପଡ଼ୁନାହିଁ। ଉଭୟ ପରସ୍ପର ସହ କଥା ହେଉନାହାନ୍ତି। କିନ୍ତୁ ଏହି ବିବାଦ ଭିତରେ ଅଭିଷେକ ସବୁ ସମୟରେ ପିତାମାତାଙ୍କ ସପକ୍ଷରେ ରହୁଛନ୍ତି। ଏଥିପାଇଁ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଛି। କିଛିଦିନ ତଳେ ଅମିତାଭ ଝିଅ ଶ୍ବେତା ବଚ୍ଚନଙ୍କ ନାମରେ ‘ଜଲସା’ ଘର କରିଦେଇଥିଲେ। ସେଠାରେ ଶ୍ବେତା ବଚ୍ଚନ ମଧ୍ୟ ରହି ସାରିଛନ୍ତି। ଏଭଳି ସମୟରେ ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ସମ୍ପର୍କରେ ଏଭଳି ଖବର ସାମ୍ନାକୁ ଆସିଛି।
ଅଭିଷେକ ବଚ୍ଚନଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୮୦ କୋଟି ଟଙ୍କା। ଅଭିନେତା ପ୍ରତିମାସରେ ପ୍ରାୟ ୧.୮ କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କର ବାର୍ଷିକ ଆୟ ପ୍ରାୟ ୨୫ କୋଟି ଟଙ୍କା । ତାଙ୍କ ପ୍ରପର୍ଟି ମୂଲ୍ୟ ୨୭୫ କୋଟି ଟଙ୍କା ହୋଇଥିବା ବେଳେ ଅନ୍ୟ ସମ୍ପତ୍ତି ମୂଲ୍ୟ ୬୦ କୋଟି ଟଙ୍କା । ଯଦି ଐଶ୍ବର୍ଯ୍ୟା ଏବଂ ଅଭିଷେକଙ୍କ ଡିଭୋର୍ସ ହୁଏ ତେବେ ପ୍ରତି ମାସରେ ତାଙ୍କ ରୋଜଗାରର ୨୫% ଅର୍ଥାତ ୪୫ ଲକ୍ଷ ଟଙ୍କା ଭରଣପୋଷଣ ବାବଦକୁ ଦେବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର