ସାଉଥରେ ଧମାକେଦାର ଡେବ୍ୟୁ କରିବେ କରୀନା କପୁର

ଅର୍ଗସ ବ୍ୟୁରୋ: କେଜିଏଫ ସିକ୍ବେଲ ପରେ ଫ୍ୟାନମାନେ ଯେମିତି ୟଶଙ୍କ ମୁଭି ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି। ନିକଟରେ କିଛି ଦିନ ତଳେ ୟଶ ତାଙ୍କର ନୂଆ ମୁଭିକୁ ନେଇ ଘୋଷଣା କରିଛନ୍ତି। ଯେଉଁ ମୁଭିର ନାଁ ହେଉଛି ଟକ୍ସିକ। ଏହି ଫିଲ୍ମକୁ ନେଇ ଫ୍ୟାନ ମାନେ ଖୁବ ଆଶାବାଦୀ ଅଛନ୍ତି। କ୍ରିଟିକ୍ସରେ ଧୁମ ମଚାଇଥିବା ଗୀତୁ ମୋହନଦାସ ଏହି ପ୍ରୋଜେକ୍ଟକୁ ନିର୍ଦ୍ଦେଶନା ଦେବେ।
ୟଶଙ୍କ ଟକ୍ସିକ ମୁଭି ବଡ଼ ପରଦାରେ ଧୁମ ମଚାଇବାକୁ ଯାଇଛି। ରିପୋର୍ଟ ହିସାବରେ ଟକ୍ସିକର ଷ୍ଟାର କାଷ୍ଟ ବି ଧମାଲ ମଚାଇବାକୁ ଯାଉଛି। ବଲିଉଡର ଟପ ଅଭିନେତ୍ରୀ ଏହି ମୁଭିରେ ପ୍ରଥମଥର ୟଶଙ୍କ ସହ ସ୍କ୍ରିନ ଶେୟାର କରିବେ। ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ। କରୀନା ୨୪ବର୍ଷ ପୂର୍ବରୁ `ରିଫ୍ୟୁଜି' ଫିଲ୍ମରୁ ବଲିଉଡ ଡେବ୍ୟୁ କରିଥିଲେ। ସେବେଠାରୁ ସେ ବଲିଉଡରେ ନିଜର ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିଲେ। କରୀନା ପ୍ରଥମ ଥର ପାଇଁ ସାଉଥ ଇଣ୍ଡଷ୍ଟ୍ରୀରେ ନଜର ଆସିବେ। ୟଶଙ୍କ ଫିଲ୍ମ ମେକର୍ସ କରୀନାଙ୍କୁ ମୁଭିରେ ନେବାକୁ ଏକ୍ସାଇଟେଡ ଅଛନ୍ତି। ଏବଂ କରୀନାଙ୍କ ସହ ଏନେଇ ଆଲୋଚନା କରିସାରିଛନ୍ତି। ଯଦି କରୀନା ହଁ କୁହନ୍ତି ତେବେ ଏହା ସାଉଥରେ ତାଙ୍କର ପ୍ରଥମ ମୁଭି ହେବ। ତେବେ ଦେଖାଯାଉ ୟଶଙ୍କ ଅଭିନେତ୍ରୀ କିଏ ହେବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର