Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଉଜ୍ଜୈନରେ ମହାକାଳେଶ୍ବର ମନ୍ଦିର ଦର୍ଶନ କଲେ ଜାହ୍ନବୀ

Entertainment

ଉଜ୍ଜୈନରେ ମହାକାଳେଶ୍ବର ମନ୍ଦିର ଦର୍ଶନ କଲେ ଜାହ୍ନବୀ

Ritu Das
Browse all articles by Ritu Das
·2 years ago·1 min read
ଉଜ୍ଜୈନରେ ମହାକାଳେଶ୍ବର ମନ୍ଦିର ଦର୍ଶନ କଲେ ଜାହ୍ନବୀ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର ପରିଦର୍ଶନ କରିବାକୁ ଯାଉଛନ୍ତି। ଜାହ୍ନବୀ କିନ୍ତୁ ଏଥର ଏକା ଯାଇନାହାନ୍ତି ବରଂ ତାଙ୍କ ବୟଫ୍ରେଣ୍ଡ ଶିଖରଙ୍କ ସହ ଦେଖିବାକୁ ମିଳିଥିଲା। ଯେଉଁଥିରେ ମହାକାଳେଶ୍ବର ମନ୍ଦିରକୁ ଦୁଇଜଣ ଯାଇ ପୂଜା କରିଥିଲେ। ବର୍ତ୍ତମାନ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିଛି। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI_HindiNews (@AHindinews) December 4, 2023

ଭିଡିଓରେ ଜାହ୍ନବୀ ଶିଖରଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଛି। ମନ୍ଦିରରେ ଜୋରସୋରରେ ଭଜନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ଜାହ୍ନବୀ ହାଲକା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ଆଉ ବହୁତ ସୁନ୍ଦର ଦିଶୁଛନ୍ତି। ଭଜନ ଚାଲିଥିବାବେଳେ ଦୁହେଁ ତାଳି ମାରୁଥିବାର ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହା ପ୍ରଥମ ଥର ନୁହେଁ ଯେ ଜାହ୍ନବୀଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ବି ଦୁହେଁ ଅନେକ ଥର ଦର୍ଶନ କରିବାକୁ ଆସିଥିଲେ।  

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus Whatsapp Channel Mobile Top
Sponsored
Janhabi | Argus English