Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାହର ୧୪ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଈଶା କୋପିକର

Entertainment

ବିବାହର ୧୪ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଈଶା କୋପିକର

Ritu Das
Browse all articles by Ritu Das
·2 years ago·1 min read
ବିବାହର ୧୪ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଈଶା କୋପିକର

ଅର୍ଗସ ବ୍ୟୁରୋ: ୧୪ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଈଶା କୋପିକର। ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଜଣାଶୁଣା ଈଶା। ‘କ୍ରିଷ୍ଣା କଟେଜ୍’, ‘ଡନ୍’, ‘କ୍ୟା କୁଲ୍ ହେ ହମ୍’, ‘ଫିଜା’, ‘ଏଲଓସି କାର୍ଗିଲ୍’, ‘୩୬ଚାଇନା ଟାଉନ୍’ ଭଳି ଚଳଚ୍ଚିତ୍ରରେ ଥିବା ତାଙ୍କର ଚରିତ୍ର ଦର୍ଶକଙ୍କ ମନ କିଣିଥିଲା।
ସବୁବେଳେ ନିଜ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଈଶା ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ, ଈଶା ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଈଶା ନଭେମ୍ବର ୨୯, ୨୦୦୯ରେ ହୋଟେଲ ମାଲିକ ଟିମି ନାରଙ୍ଗଙ୍କୁ ବିବାହ କରିଥିଲେ। ବିବାହ ପରେ ଦମ୍ପତି ଏକ କନ୍ୟା ସନ୍ତାନର ମାତାପିତା ମଧ୍ୟ ହୋଇଥିଲେ।

ହେଲେ ଗତ ମାସରେ ଈଶା ସ୍ବାମୀଙ୍କୁ ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ଦେବା ପରେ ଝିଅ ରିଆନାଙ୍କ ସହ ବାପ ଘରକୁ ଚାଲିଯାଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ଦୁହିଁଙ୍କ ମଧ୍ୟରେ ବୁଝାମଣା ଭଲ ରହି ନ ଥିଲା। ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ଦୁହେଁ ଚେଷ୍ଟା କରିଥିଲେ ବି ସଫଳତା ନମିଳିବାରୁ ଦୁହେଁ ଅଲଗା ହୋଇଛନ୍ତି।
ତେବେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବ୍ୟତୀତ ଈଶା ତେଲୁଗୁ ଏବଂ ମରାଠୀ ଓ ଅନେକ ଆଞ୍ଚଳିକ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି। ୨୦୧୯ରେ, ସେ ବିଜେପି ସହ ଯୋଡି ହୋଇ ରାଜନୀତିରେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Isha Kopikar | Argus English