Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ହେଉଛି ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟାଙ୍କ ଜନ୍ମଦିନ

Entertainment

ଆଜି ହେଉଛି ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟାଙ୍କ ଜନ୍ମଦିନ

Ritu Das
Browse all articles by Ritu Das
·2 years ago·2 min read
ଆଜି ହେଉଛି ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟାଙ୍କ ଜନ୍ମଦିନ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ବିଶ୍ବସୁନ୍ଦରୀ ଏଶ୍ବର୍ଯ୍ୟା ରାୟଙ୍କର ଆଜି ହେଉଛି ଜନ୍ମଦିନ। ସେ ଆଜି ୫୦ବର୍ଷରେ ପଦାର୍ପଣ କରିଛନ୍ତି। ବଚ୍ଚନ ପରିବାରର ବୋହୂ ୧୯୯୪ ମସିହାରେ ମିସ ଓ୍ବାର୍ଲଡର ମୁକୁଟ ଜିତିଥିଲେ। ଏହାପରେ ତାଙ୍କ ଜୀବନରେ ଆସିଥିଲା ଟ୍ବିଷ୍ଟ। ତାଙ୍କୁ ଅନେକ ଆଡୁ କାମ ପାଇଁ ବହୁ ଅଫର ଆସିଥିଲା। ବର୍ତ୍ତମାନ ସେ ବଲିଉଡର ନାମୀଦାମୀ ହିରୋଇନଙ୍କ ମଧ୍ୟରୁ ଜଣେ। ଐଶ୍ବର୍ଯ୍ୟା ରାୟଙ୍କ ପର୍ସନାଲ ଲାଇଫ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବି-ଟାଉନର ସବୁଠାରୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। 

୧୯୭୩ ମସିହା ନଭେମ୍ବର ୧ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ଐଶ। ମଣିରତ୍ନମଙ୍କ ଫିଲ୍ମ `ଇରୁଭର' ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହପରେ ଫିଲ୍ମ ଔର ପ୍ୟାର ହୋ ଗୟା' ସହିତ ବଲିଉଡ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ଏତେ ହିଟ ହୋଇ ନ ଥିଲା। କିନ୍ତୁ ଫିଲ୍ମର ଗୀତ ଥିଲ ବଡ଼ ଜବରଦସ୍ତ। ୧୯୯୯ ମସିହାରେ ହମ ଦିଲ ଦେ ଚୁକେ ସମନ ଫିଲ୍ମ ସହିତ ଐଶ୍ବର୍ଯ୍ୟା ବଲିଉଡରେ ତାଙ୍କର ପ୍ରକୃତ ସଫଳତା ପାଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିଲେ ଐଶ। ଧୀରେ ଧୀରେ ସଫଳତାର ସୀଡ଼ି ମଧ୍ୟ ଚଢ଼ି ଚାଲିଲେ।  ସେହିପରି ସୁଭାଷ ଘାଇଙ୍କ `ତାଲ' ମୁଭିର ସଙ୍ଗ ତାଲ ସେ ତାଲ ମିଲା ଏବେବି ସୁପରହିଟ। ଏବେବି ଐଶଙ୍କ ଡ୍ୟାନ୍ସର ଲୋକେ ଦିଓ୍ବାନା। `ଦେବଦାସ' ମୁଭିରେ ଏଶ୍ବର୍ଯ୍ୟା ପାରେ କ୍ୟାରେକ୍ଟର ପ୍ଲେ କରିଥିଲେ। ଆକ୍ଟିଂ ଥିଲା ଜବରଦସ୍ତ। ଶାହାରୁଖଙ୍କ ସହ ଐଶଙ୍କ କେମେଷ୍ଟ୍ରି ଥିଲା ଏକଦମ ରୋଙ୍ଗଟେ ଖଡେ ହୋନେ ବାଲା ପର୍ଫମାନ୍ସ।  ଏହି କାରଣରୁ ଐଶ୍ବର୍ଯ୍ୟାଙ୍କୁ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀ ଲିଷ୍ଟରେ ସାମିଲ କରାଯାଇଛି। ତେବେ ଐଶ୍ବର୍ଯ୍ୟାଙ୍କୁ ଫ୍ୟାନ ମାନେ ବହୁତ ଭଲ ପାଇବା ଦେଇଛନ୍ତି। ଆଜି ନୀଳ ନୟନାଙ୍କ ଜନ୍ବଦିନ ହୋଇଥିବାରୁ ଆମ ତରଫରୁ ଐଶ୍ବର୍ଯ୍ୟାଙ୍କୁ ଢେର ସାରା ଶୁଭକାମନା। ହାପି ବାର୍ଥ ଡେ ଐଶ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AIshwarya stepped | Argus English