|
logo
Live

Argus News - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ବଲିଉଡ ସେଲିବ୍ରିଟି

Entertainment

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ବଲିଉଡ ସେଲିବ୍ରିଟି

Ritu Das
Browse all articles by Ritu Das
·2 years ago·1 min read
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ବଲିଉଡ ସେଲିବ୍ରିଟି

ଅର୍ଗସ ବ୍ୟୁରୋ: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ହେବ। ଏହି ଭବ୍ୟ ସମାରୋହର ନିମନ୍ତ୍ରଣ ଏବେ ପହଞ୍ଚିଛି ବଲିଉଡ ତାରକାଙ୍କ ଘରେ। ବଲିଉଡ ଅଭିନେତା ରଣବୀର କପୁର ଏବଂ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ ନିମନ୍ତ୍ରଣ ମିଳିଛି। ବଲିଉଡ ତାରକାଙ୍କ ଏକ ଫଟୋ ଭାଇରାଲ ହେୁଛି। ଯେଉଁଥିରେ ସେମାନେ ରାମ ମନ୍ଦିରର ନିମନ୍ତ୍ରଣ କାର୍ଡ ଧରିଥିବାର ନଜର ଆସିଛନ୍ତି। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) January 7, 2024

ଦୁହିଁଙ୍କୁ ଆମନ୍ତ୍ରଣ କରିବାକୁ ଆରଏସଏସର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଶ୍ରୀ ସୁନୀଲ ଅମ୍ବେକର ଆରଏସଏସ  କୋକେଣ ଅଜୟ ମୁଦପେ ଏବଂ ନିର୍ମାତା ମହାବୀର ଜେନା ଆସିଥିଲେ। ANI ଏହାର ଏକ ଫଟୋ ମଧ୍ୟ ଶେୟାର କରିଛି। ସେମାନଙ୍କ ବ୍ୟତୀତ ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ, ପ୍ରଭାସ, କଙ୍ଗନା ରଣାଓ୍ବତ ଏବଂ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସେଲିବ୍ରିଟିଙ୍କୁ ସାମିଲ କରାଯାଇଛି। ଅତିଥି ତାଲିକାରେ ୭ହଜାରରୁ ଅଧିକ ଲୋକେ ସାମିଲ ହୋଇଛନ୍ତି। ରାଜନେତାଙ୍କ ବ୍ୟତୀତ ବଲିଉଡ ସେଲିବ୍ରିଟି, କ୍ରିକେଟର ଏବଂ ଶିଳ୍ପପତି ସାମିଲ ରହିବେ। 

ଓ୍ବାର୍କଫ୍ରଣ୍ଟ କଥା କହିଲେ ରଣବୀର କପୁରଙ୍କ ଆନିମଲ ମୁଭି ବକ୍ସଅଫିସରେ ରେକର୍ଡ କରିଥିଲା। ପୂର୍ବରୁ ରଣବୀରଙ୍କ ବହୁ ଫିଲ୍ମ ଫ୍ଲପ ହୋଇଥିଲା। କିନ୍ତୁ ଏହି ମୁଭି ତାଙ୍କ ଆକ୍ଟିଂ ପାଇଁ ସଞ୍ଜିବନୀ ପାଲଟିଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ବଲିଉଡ ସେଲିବ୍ରିଟି | Argus English