ନିଜ ମନର ବ୍ୟଥା କହିଲେ ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁର

ଅର୍ଗସ ବ୍ୟୁରୋ: ବଲିଉଡ ତଥା ଟଲିଉଡ ଅଭିନେତ୍ରୀ ମୃଣାଳ ଠାକୁର ଦିନକୁ ଦିନ ଫେମସ ହେବାରେ ଲାଗିଛନ୍ତି। ସିରିଏଲରୁ କାମ ଆରମ୍ଭ କରିଥିଲେ କିନ୍ତୁ ଏବେ ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବେଶ ଭଲ ଲାଗିଛି।
ନିକଟରେ ମୃଣାଳ ଠାକୁର ଏକ ଇଣ୍ଟରଭ୍ୟୁରେ ଜଣେ ମହିଳା ହୋଇ ଜନ୍ମ ହୋଇଥିବାରୁ ତାଙ୍କ ମନର ବ୍ୟଥାକୁ ଖୋଲିକରି କହିଛନ୍ତି। ବଲିଉଡରେ ଅଭିନେତ୍ରୀଙ୍କ ତୁଳନାରେ ଅଭିନେତାମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିବା କଥାକୁ ନେଇ ସେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ମୃଣାଳ ଆହୁରି ବି କହିଛନ୍ତି ଯେ ବେଳେ ବେଳେ ସେ ନିଜକୁ ଜଣେ ମହିଳା ହୋଇ କାହିଁକି ଜନ୍ମ ହେଲେ ବୋଲି ପ୍ରଶ୍ନ କରନ୍ତି। ପୁଣି ତାଙ୍କୁ ପ୍ରେରଣା କରି ଆଗକୁ ଚାଲିବାକୁ ଚେଷ୍ଟା କରୁଥିବା ଅନ୍ୟ ମହିଳାଙ୍କ ବିଷୟରେ ଭାବିଦେଲେ ନିଜକୁ ଦୃଢ଼ କରିନିଅନ୍ତି।
ବଲିଉଡରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ ଯେଉଁ ପକ୍ଷପାତତା ରହିଛି ତାହାକୁ ମୁଁ ବିରୋଧ କରେ। ବଲିଉଡ୍ ଟର୍ଣ୍ଣଡ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜ ପ୍ରେରଣା ବୋଲି ଭାବୁଥିବା ମୃଣାଳ ତାଙ୍କର ସମସ୍ତ ସାକ୍ଷାତକାରକୁ ଦେଖିଛନ୍ତି ଓ ପଢ଼ିଛନ୍ତି। କେବଳ ପ୍ରିୟଙ୍କା ନୁହେଁ, ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ ମିସେଲ ଓବାମାଙ୍କୁ ବି ନିଜର ପ୍ରେରଣା ବୋଲି ଭାବନ୍ତି। ଜଣେ କଳାକାର ଭାବେ ତାଙ୍କୁ ଯେଉଁ ସବୁ କଠିନତାର ସାମ୍ନା କରିବାକୁ ପଡୁଛି ସେ ଆଗାମୀ ପିଢ଼ି ସେସବୁକୁ ସହଜ କରିବାର ଇଛା ରଖିଛନ୍ତି। ୨୦୨୨ ମସିହାରେ ରିଲିଜ୍ ହୋଇଥିବା ସିନେମା ‘ସୀତା ରାମମ୍’ ସିନେମା ଜରିଆରେ ଦର୍ଶକଙ୍କ ମନ ମୋହିଥିବା ଏହି ଅଭିନେତ୍ରୀ ଆଗକୁ ଭିନ୍ନ ଭିନ୍ନ ଭାଷାରେ ଫିଲ୍ମ କରିବାର ଆଶା ରଖିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର