Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଲିଉଡ ଅଭିନେତ୍ରୀ ଅଦା ଶର୍ମା ଆଜି ଭାରି ଚର୍ଚ୍ଚାରେ

Entertainment

ବଲିଉଡ ଅଭିନେତ୍ରୀ ଅଦା ଶର୍ମା ଆଜି ଭାରି ଚର୍ଚ୍ଚାରେ

Ritu Das
Browse all articles by Ritu Das
·2 years ago·2 min read
ବଲିଉଡ ଅଭିନେତ୍ରୀ ଅଦା ଶର୍ମା ଆଜି ଭାରି ଚର୍ଚ୍ଚାରେ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଅଦା ଶର୍ମା ଆଜି ଭାରି ଚର୍ଚ୍ଚାରେ। କାରଣ ଲକ୍ଷ ଲକ୍ଷ ଫ୍ୟାନଙ୍କର ହୃଦୟ ଜିତିନେଲେ। ଅଦା କହିଛନ୍ତି ଆଜି ମୋ ସ୍ବପ୍ନ ସାକାର ହେଲା। ତାଙ୍କ ବିଷୟରେ କିଛି ଦିନ ତଳେ ଏକ ଖବର ଆସିଥିଲା କି ଅଦା ସୁଶାନ୍ତ ସିଂ ରାଜପୁତଙ୍କ ମୁମ୍ବାଇ ଘର କିଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ସେହି ଘର ଖାଲି ପଡ଼ିଥିଲା। କିନ୍ତୁ କିଛି ଦିନ ତଳେ ଅଦାଙ୍କୁ ସୁଶାନ୍ତଙ୍କ ଘର ନିକଟରେ ସ୍ପଟ କରାଯାଇଥିଲା। ସେତେବେଳେ ଚର୍ଚ୍ଚା ହୋଇଥିଲା କି ଅଦା ସୁଶାନ୍ତଙ୍କ ଘର କିଣିବେ ବୋଲି। ତେବେ ଏବେ ସବୁ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଅଦା। ସୁଶାନ୍ତ ଜଣେ ବହୁତ ଭଲ ଲୋକ ଥିଲେ ଆଉ ଜଣେ ଭଲ ଅଭିନେତା ମଧ୍ୟ ଥିଲେ। ମୋତେ ଲାଗୁଛି ଏହି ଘର କିଣିଲା ପରେ ତାଙ୍କ ସ୍ମୃତି ମୋ ପାଖେ ସବୁବେଳେ ରହିପାରିବ। ତେବେ କେହି ଯଦି କୁହନ୍ତି ସେ ସେହି ଘରେ ଆତ୍ମହତ୍ୟା କରିଥିଲେ କାହିଁକି କିଣିଲ। ମୁଁ ତାଙ୍କୁ କହିବି ଯେ, ଏହା ଏକ ଅନ୍ଧବିଶ୍ବାସ।

 

ଏକ ଇଣ୍ଟରଭ୍ୟୁରେ ଅଦା କହିଛନ୍ତି ମୋ ଘର ମୋ ମନ୍ଦିର। ଆଉ ମୁଁ ସୁଶାନ୍ତ ରହୁଥିବା ଘର କିଣିଛି ବୋଲି ଲୋକେ ବେଶୀ ଚର୍ଚ୍ଚା ନ କରିବାକୁ ମୁଁ ନିବେଦନ କରୁଛି। ମୁଁ ଚାହୁଁନି ଯେ ଖବରକାଗଜର ଫ୍ରଣ୍ଟ ପେଜରେ ମୋ ଖବର କି ଅଦା ଏବେ କୋଉଠି ରହୁଛନ୍ତି ଏସବୁ ପ୍ରକାଶ ପାଉ। ମୁଁ ଛୋଟବେଳୁ ହିଁ ମୋ ପିତାମାତାଙ୍କ ଘର ପାଲିରେ ରହୁଛି। ଯଦି ମୁଁ ନିଷ୍ପତ୍ତି ନେଉଛି କି ମୁଁ ଶିଫ୍ଟ କରିବି, ତଥାପି ବି ଏହି ଖବର ଘୋଷଣା କରିବିନି। ମୁଁ ଏହାକୁ ମୋ ହିସାବରେ ଶେୟାର କରିବି। ଆପଣ ଯେଉଁଠାରେ ରୁହନ୍ତି ଆପଣଙ୍କ ଘର ଆପଣଙ୍କ ପାଇଁ ପର୍ସନାଲ ଅଟେ। ମୁଁ ଏହାକୁ ଠିକ ସମୟରେ କନଫର୍ମ କରିବି। ଲୋକମାନଙ୍କୁ ଅନୁମାନ କରିବାକୁ ଦିଅ। ବର୍ତ୍ତମାନ ମୋର ଧ୍ୟାନ ହେଉଛି ଲୋକଙ୍କ ହୃଦୟରେ ରାଜ କରିବା। କାହିଁକି କିଣିଲି କଣ ପାଇଁ କିଣିଲି ସେଇଟା ମୋର ଟୋଟାଲି ପର୍ସନାଲ ଇସ୍ୟୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଁ ଯେତେବେଳେ ଚାହିଁବି ମୋର ଫ୍ୟାନମାନଙ୍କୁ କହିବି। ଆଉ ମୋ ନାଁରେ ଯେତେ ଫେକ କଥା କହିଲେ ମୋର କିଛି ଫରକ ପଡ଼େନି। ପ୍ରକାଶ ଥାଉ କି, ଅଦାଙ୍କୁ ତାଙ୍କ ମୁଭି ଦ କେରଳା ଷ୍ଟୋରୀ ପାଇଁ ବହୁତ ପ୍ରଶଂସା କରାଯାଇଛି। ଅଦାଙ୍କ ଅଭିନୟ ସବୁ ମୁଭିରେ ଏକଦମ ଜବରଦସ୍ତ। ଅଭିନେତ୍ରୀଙ୍କୁ ଏବେ ତାଙ୍କ ଅପକମିଂ ମୁଭି `ବସ୍ତର'ରେ ଦେଖିବାକୁ ମିଳିବ। ଯାହା ଆସନ୍ତା ବର୍ଷ ରିଲିଜ ହେବ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର

 

Sponsored
Bollywood actress | Argus English