|
logo
Live

Argus News - ଶ୍ରୀରାମଙ୍କ ଭବ୍ୟ ରୂପ ଦେଖି ଭାବବିହ୍ବଳ ହେଲେ ଅକ୍ଷୟ

Entertainment

ଶ୍ରୀରାମଙ୍କ ଭବ୍ୟ ରୂପ ଦେଖି ଭାବବିହ୍ବଳ ହେଲେ ଅକ୍ଷୟ

Ritu Das
Browse all articles by Ritu Das
·2 years ago·1 min read
ଶ୍ରୀରାମଙ୍କ ଭବ୍ୟ ରୂପ ଦେଖି ଭାବବିହ୍ବଳ ହେଲେ ଅକ୍ଷୟ

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭଗୃହ ମଧ୍ୟରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଜାପାଠ ସହିତ ରାମଚନ୍ଦ୍ରଙ୍କ ବାଲ୍ୟ ବେଳର ପ୍ରତିମାକୁ ମନ୍ଦିରରେ ସ୍ଥାପନ କରିଛନ୍ତି।

ଏହି ଅବସରରେ ମୋଦୀଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭଗବତ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ରାମଲାଲାଙ୍କ ସମର୍ପଣ ରୀତିନୀତି ସମାପ୍ତ ହେବା ପରେ ଦେଶରେ ଖୁସିର ପରିବେଶ ରହିଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ବଲିଉଡ ତାରକାମାନେ ନିଜ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ଜରିଆରେ ତାରକାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବଲିଉଡ ଷ୍ଟାର ଅକ୍ଷୟ କୁମାର ମଧ୍ୟ ରାମଲଲାଙ୍କ ପାଇଁ ଖୁବ ଉତ୍ସାହିତ। ଅକ୍ଷୟ ଏବଂ ଟାଇଗର ଶ୍ରଫଙ୍କ ସହ ଆସି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବାସୀଙ୍କୁ ଜୟ ଶ୍ରୀ ରାମ କହିଥିଲେ। ପ୍ରତି ହିନ୍ଦୁଙ୍କର ଆଜି ଜନ୍ମ ସାର୍ଥକ ହୋଇଛି ବୋଲି କହିଥିଲେ। ଆଉ ପ୍ରତି ସନାତନ ଧର୍ମୀଙ୍କର ଆଜି ନେତ୍ର ପବିତ୍ର ହୋଇଛି। 

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଖୁସି ବ୍ୟକ୍ତ କରି ବଲିଉଡ୍‌ ବ୍ୟକ୍ତିତ୍ବ ଅଜୟ ଦେବଗନ, ସଞ୍ଜୟ ଦତ୍ତ, କପିଲ ଶର୍ମା, ଆଶୁତୋଷ ରାଣା, ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଆଦି ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରିଛନ୍ତି। ଦେଖିବାକୁ ମିଳିଛି ଯେ ବଲିଉଡରୁ ନେଇ ଦକ୍ଷିଣ ଭାରତ ସିନେମା ଶିଳ୍ପର ଅନେକ ସେଲିବ୍ରିଟି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଭାଗ ନେବାକୁ ପହଞ୍ଚିଛନ୍ତି। ସମସ୍ତେ ଏହି ଐତିହାସିକ ମୁହୂର୍ତ୍ତର ଅଂଶ ପାଲଟିଛନ୍ତି। ଅନେକ ତାରକାଙ୍କ ଭିଡିଓ ଏବଂ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।
ବର୍ତ୍ତମାନ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଭାଗ ନେଉଥିବା ବଲିଉଡ ତାରକାଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହି ସମାରୋହରେ ବଲିଉଡ ତାରକାମାନେ ଭାରତୀୟ ପୋଷାକରେ ନଜର ଆସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
ଶ୍ରୀରାମଙ୍କ ଭବ୍ୟ ରୂପ ଦେଖି ଭାବବିହ୍ବଳ ହେଲେ ଅକ୍ଷୟ | Argus English