Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ବିଙ୍କଲଙ୍କ ପାଇଁ ଇମୋସନାଲ ପୋଷ୍ଟ ଶେୟାର କଲେ ଅକ୍ଷୟ

Entertainment

ଟ୍ବିଙ୍କଲଙ୍କ ପାଇଁ ଇମୋସନାଲ ପୋଷ୍ଟ ଶେୟାର କଲେ ଅକ୍ଷୟ

Ritu Das
Browse all articles by Ritu Das
·2 years ago·1 min read
ଟ୍ବିଙ୍କଲଙ୍କ ପାଇଁ ଇମୋସନାଲ ପୋଷ୍ଟ ଶେୟାର କଲେ ଅକ୍ଷୟ

ଅର୍ଗସ ବ୍ୟୁରୋ: ପାଠ ପଢ଼ିବାର ସତରେ କୌଣସି ବୟସ ନ ଥାଏ ଆଉ ଏହାକୁ ସତ କରି ଦେଖେଇଛନ୍ତି ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଧର୍ମପତ୍ନୀ ତଥା ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖନ୍ନା। ସେ ନିକଟରେ ତାଙ୍କ ସ୍ନାତକୋତ୍ତର ପୂରା କରିଛନ୍ତି। 

ଟ୍ୱିଙ୍କଲ ଖାନ୍ନା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ନିଜ ଲେଖାକୁ ନେଇ ଚର୍ଚ୍ଚାରେ ରହୁଥିବା ଟ୍ବିଙ୍କ୍‌ଲ ଏବେ ନିଜର ପାଠପଢ଼ା ପାଇଁ ଲୋକଲୋଚନକୁ ଆସିଛନ୍ତି। ତେବେ ଚର୍ଚ୍ଚାର କାରଣ ହେଉଛି ୫୦ ବର୍ଷ ବୟସରେ ଟ୍ୱିଙ୍କଲ ଖାନ୍ନା ଡିଗ୍ରୀ ସମାପ୍ତ କରିଛନ୍ତି। ଆଉ ଏହା ଅତ୍ୟନ୍ତ ଏକ ଖୁସିର ଖବର। ସତରେ ପାଠ ପଢ଼ିବାର ଇଛା ଥିଲେ ବୟସ ବି କମପଡ଼େ। ତା' ପାଇଁ ବୟସ matter କରେନି। 

ଟ୍ବିଙ୍କିଲ୍‌ଙ୍କର ଏହି ସଫଳତା ନେଇ ତାଙ୍କ ସ୍ୱାମୀ ତଥା ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ସହ ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ତାଙ୍କ ପାଇଁ ଏକ ଇମୋସନଲ ପୋଷ୍ଟ ଲେଖିଛନ୍ତି। ଅକ୍ଷୟ ଆଉ ମଧ୍ୟ କହିଛନ୍ତି ମୁଁ ଟ୍ବିଙ୍କଲଙ୍କୁ ନେଇ ସବୁବେଳେ ଗର୍ବିତ। ସେ ଲାଇଫର ସବୁ ମୋମେଣ୍ଟରେ ମୋତେ proud feel କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜ ମନର ବ୍ୟଥା କହିଲେ ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁର

ଅକ୍ଷୟ କୁମାର ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯାହାକୁ ଫ୍ୟାନମାନେ ଦେଖି ଢେର ସାରା ଲାଇକ କରିବା ସହ ଟ୍ବିଙ୍କଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କ ସହ ନଜର ଆସିଛନ୍ତି। ଏହି ଫଟୋରେ ଟ୍ୱିଙ୍କଲ୍ ଖାନ୍ନା ସ୍ନାତକୋତ୍ତର କୋଟ୍‌, କ୍ୟାପ୍‌ ପିନ୍ଧିଛନ୍ତି ଏବଂ ସବୁଜ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କୁ କଳା ପ୍ୟାଣ୍ଟ ଏବଂ ଓଭରକୋଟରେ ଦେଖିବାକୁ ମିଳିଛି।


 

Sponsored
Akshay shared | Argus English