Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଚ୍ଚନ ପରିବାର ଛାଡ଼ି ମା'ଙ୍କ ସହ ରହୁଛନ୍ତି ଐଶ୍ବର୍ଯ୍ୟା

Entertainment

ବଚ୍ଚନ ପରିବାର ଛାଡ଼ି ମା'ଙ୍କ ସହ ରହୁଛନ୍ତି ଐଶ୍ବର୍ଯ୍ୟା

Ritu Das
Browse all articles by Ritu Das
·2 years ago·1 min read
ବଚ୍ଚନ ପରିବାର ଛାଡ଼ି ମା'ଙ୍କ ସହ ରହୁଛନ୍ତି ଐଶ୍ବର୍ଯ୍ୟା

ଅର୍ଗସ ବ୍ୟୁରୋ: ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ସବୁଠି ଚର୍ଚ୍ଚା। କିଏ କିଏ କହୁଛନ୍ତି ଅଭିଷେକ ଐଶ୍ବଯ୍ୟା ଛାଡ଼ପତ୍ର ଦେବେ। କିନ୍ତୁ ଏକଥା କଣ ସତ। ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍‌ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବଢ଼ିଯାଇଛି। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ମଧ୍ୟ ସଂପର୍କ ବିଗିଡ଼ି ଯାଇଛି। ଏହି କାରଣରୁ ଉଭୟ ଐଶ୍ବର୍ଯ୍ୟା ଏବଂ ଅଭିଷେକ ଅଲଗା ରହିବାକୁ ନିଷ୍ପତ୍ତି ବି ନେଇଥିବା କୁହାଯାଉଛି। ବଚ୍ଚନ ପରିବାର ସହ ଯୋଗାଯୋଗରେ ଥିବା ଲୋକଙ୍କ କହିବାନୁଯାୟୀ, ଝିଅ ଆରାଧ୍ୟା ପାଇଁ ଅଭିଷେକ ଓ ଐଶ୍ବର୍ଯ୍ୟା ଏକାଠି ରହୁଥିଲେ। ‘ଜୁମ୍‌’ର ରିପୋର୍ଟ ଅନୁଯାୟୀ, ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ଦୂରତା ବଢ଼ିଯାଇଛି।

ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ପରିବାରଠାରୁ ଦୂରରେ ରହୁଛନ୍ତି। ଏବେ ସେ ନିଜର ମାଆଙ୍କ ସହିତ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ଦିଆଯାଇନାହିଁ। କୁହାଯାଉଛି ଯେ ଶାଶୁ ଜୟାଙ୍କ ସହିତ ଐଶ୍ବର୍ଯ୍ୟାଙ୍କର ପଡ଼ୁନାହିଁ। ଉଭୟ ପରସ୍ପର ସହ କଥା ହେଉନାହାନ୍ତି। କିନ୍ତୁ ଏହି ବିବାଦ ଭିତରେ ଅଭିଷେକ ସବୁ ସମୟରେ ପିତାମାତାଙ୍କ ସପକ୍ଷରେ ରହୁଛନ୍ତି। ଏଥିପାଇଁ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଛି। କିଛିଦିନ ତଳେ ଅମିତାଭ ଝିଅ ଶ୍ବେତା ବଚ୍ଚନଙ୍କ ନାମରେ ‘ଜଲସା’ ଘର କରିଦେଇଥିଲେ। ସେଠାରେ ଶ୍ବେତା ବଚ୍ଚନ ମଧ୍ୟ ରହି ସାରିଛନ୍ତି। ଏଭଳି ସମୟରେ ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ସମ୍ପର୍କରେ ଏଭଳି ଖବର ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aishwarya left the | Argus English