Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆୟୁଷ୍ମାନଙ୍କ ବହୁତ ଦିନର ସ୍ବପ୍ନ ପୂରଣ ହେଲା

Entertainment

ଆୟୁଷ୍ମାନଙ୍କ ବହୁତ ଦିନର ସ୍ବପ୍ନ ପୂରଣ ହେଲା

Ritu Das
Browse all articles by Ritu Das
·2 years ago·1 min read
ଆୟୁଷ୍ମାନଙ୍କ ବହୁତ ଦିନର ସ୍ବପ୍ନ ପୂରଣ ହେଲା

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତା। ଚଳିତବର୍ଷ ଆୟୁଷ୍ମାନଙ୍କ ଡିମଗର୍ଲ ୨ ର ସିକ୍ବେଲ ଆସିଥିଲା। ଆୟୁଷ୍ମାନ ତାଙ୍କ ମୁଭି ଜରିଆରେ ସମାଜକୁ ସବୁବେଳେ କିଛି ନା କିଛି ଶିକ୍ଷା ଦେଇଥାନ୍ତି। କିଛି ସୁନ୍ଦର ପ୍ରସଙ୍ଗକୁ ନେଇ ସେ ମୁଭି କରିଥାନ୍ତି। ଆଉ ସବୁ ମୁଭିରେ ତାଙ୍କ ଅଭିନୟ ଥାଏ ଜବରଦସ୍ତ। ଅଭିନୟ ବ୍ୟତୀତ ଆୟୁଷ୍ମାନ କ୍ରିକେଟର ମଧ୍ୟ ଜଣେ ବଡ଼ ଫ୍ୟାନ। ୨୦୨୩ ଫାଇନାଲ ବିଶ୍ବକପର ମ୍ୟାଚ ଦେଖିବାକୁ ଅହମ୍ମଦାବାଦର

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହାବ୍ୟତୀତ ସେ କ୍ରିକେଟକୁ ନେଇ ମୁଭି କରବିାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି। 
ନିକଟରେ ଆୟୁଷ୍ମାନ କ୍ରିକେଟକୁ ନେଇ ଏକ କଥା କହିଛନ୍ତି। ଅଭିନେତା କହିଛନ୍ତି ଯେ, ମୋର ସ୍ବପ୍ନ ଅଛି ଯେ ମୁଁ କ୍ରିକେଟକୁ ନେଇ କାୟୋପିକ କରିବାକୁ ଚାହୁଁଛି। ଆଉ ମୁଁ ଭାବୁଛି ମୋ ସ୍ବପ୍ନ ଖୁବଶୀଘ୍ର ପୂରଣ ହେବ। ଆଉ ମୋତେ ଲାଗୁଛି ଯଦି ମୁଭି କଲି କ୍ରିକେଟକୁ ନେଇ ମୋ ପାଗଳାମୀ ନିଶ୍ଚିତ ମୁଭିରେ ଦେଖାଦେବ। ଆଉ ଫ୍ୟାନ ମାନେ ନିଶ୍ଚିତ ପସନ୍ଦ କରିବେ। 

ସୂଚନା ଥାଉ କି, ଆଗକୁ ଭାରତ ଟିମର ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ଆୟୁଷ୍ମାନ ଲିଡ ରୋଲରେ ନଜର ଆସିବେ। ତେବେ ଏନେଇ ଅଫିସିଆଲି ଘୋଷଣା ହୋଇନି। ତେବେ ଏହା ଆୟୁଷ୍ମାନଙ୍କ ପାଇଁ ଏକ ବଡ଼ ଖବର। ତେବେ ଆୟୁଷ୍ମାନ ଷ୍ଟେଟର ଅଣ୍ଡର-୧୯ ମ୍ୟାଚରେ କ୍ରିକେଟ ଖେଳୁଥିଲେ। ବହୁତ କମ ଲୋକ ଏବିଷୟରେ ଜାଣିଥିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
A long time dream | Argus English