|
logo
Live

Argus News - ଆଉ ଦରକାର ନାହିଁ ATM ଫୋନରୁ ଉଠିବ ଟଙ୍କା

Technology

Future Tech / ଆଉ ଦରକାର ନାହିଁ ATM ଫୋନରୁ ଉଠିବ ଟଙ୍କା

Rashmita Mishra
Browse all articles by Rashmita Mishra
·6 months ago·2 min read
ଆଉ ଦରକାର ନାହିଁ ATM ଫୋନରୁ ଉଠିବ ଟଙ୍କା

Key Points

ଆଉ ଦରକାର ନାହିଁ ATM । ଏବେ UPI ମାଧ୍ୟମରେ ସ୍ମାର୍ଟଫୋନରୁ ଉଠାଇ ହେବ କ୍ୟାସ୍ । ଭାରତରେ ଟଙ୍କା ଉଠାଇବା ଆହୁରି ସହଜ ହେବ । ଏବେ ଆପଣଙ୍କୁ ଟଙ୍କା ଦେବା ପାଇଁ ATM ଯିବାକୁ ପଡିବ ନାହିଁ । UPI ଆପ୍ ସାହାଯ୍ୟରେ,

ଆଉ ଦରକାର ନାହିଁ ATM । ଏବେ UPI ମାଧ୍ୟମରେ ସ୍ମାର୍ଟଫୋନରୁ ଉଠାଇ ହେବ କ୍ୟାସ୍ । ଭାରତରେ ଟଙ୍କା ଉଠାଇବା ଆହୁରି ସହଜ ହେବ । ଏବେ ଆପଣଙ୍କୁ ଟଙ୍କା ଦେବା ପାଇଁ ATM ଯିବାକୁ ପଡିବ ନାହିଁ । UPI ଆପ୍ ସାହାଯ୍ୟରେ, ଆପଣ ସ୍ମାର୍ଟଫୋନରୁ ହିଁ QR କୋଡ୍ ସ୍କାନ କରି ଉଠାଇ ପାରିବେ ଟଙ୍କା । ତେବେ ଏହି ନୂଆ ସୁବିଧା ବିଶେଷ ଭାବରେ ଗ୍ରାମାଞ୍ଚଳ ଏବଂ ଛୋଟ ସହରରେ ରହୁଥିବା ଲୋକମାନଙ୍କୁ ଲାଭଦାୟକ ହେବ । ଯେଉଁଠାରେ ATM ଏବଂ ବ୍ୟାଙ୍କର କମ୍ ବ୍ରାଞ୍ଚ ରହିଛି।

ଏକ ରିପୋର୍ଟ ଅନୁଯାୟୀ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବେ QR କୋଡ୍ ସ୍କାନ କରି ନଗଦ କ୍ୟାସ ଉଠାଇବାର ସୁବିଧା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ, ଲକ୍ଷ ଲକ୍ଷ ବ୍ୟବସାୟିକ ପ୍ରତିନିଧି (BC), ଯେପରିକି ଗ୍ରୋସରୀ ଦୋକାନୀ କିମ୍ଵା ଛୋଟ ସର୍ଭିସ ପଏଣ୍ଟ, QR କୋଡ୍ ପ୍ରଦାନ କରିବେ । ଗ୍ରାହକମାନେ ସେମାନଙ୍କ ମୋବାଇଲରେ ଯେକୌଣସି UPI ଆପ୍ ରୁ କୋଡ୍ ସ୍କାନ କରି ନଗଦ କ୍ୟାସ ଉଠାଇପାରିବେ ।

NPCI ବ୍ୟବସାୟିକ ପ୍ରତିନିଧିଙ୍କ ଠାରୁ UPI ମାଧ୍ୟମରେରେ ନଗଦ କ୍ୟାସ୍ ଉଠାଇବା ସୁବିଧା ପାଇଁ RBI ଠାରୁ ଅନୁମତି ମାଗିଛି । ରିପୋର୍ଟ ଅନୁଯାୟୀ, NPCIର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ସୁବିଧା ଏପର୍ଯ୍ୟନ୍ତ ଯୋଜନା ପର୍ଯ୍ୟାୟରେ ଅଛି । ଏବଂ ଏହା ଉପରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଆପଣଙ୍କୁ ଜଣାଇ ଦେଉଛୁ ପୂର୍ବରୁ ମଧ୍ୟ UPIରୁ କାର୍ଡଲେସ୍ ନଗଦ ଉଠାଣ କେବଳ ସେହି ATM କିମ୍ବା କିଛି ମନୋନୀତ ଦୋକାନୀଙ୍କଠାରୁ ସମ୍ଭବ ଥିଲା ।

ଖୁବ୍ ଶୀଘ୍ର ଭାରତରେ ଲୋକମାନେ ୨୦ ଲକ୍ଷରୁ ଅଧିକ ବ୍ୟବସାୟ ପ୍ରତିନିଧି ଅର୍ଥାତ BC ଆଉଟଲେଟରେ UPI ମାଧ୍ୟମରେ ନଗଦ ଉଠାଣ କରିପାରିବେ । ତେବେ ଜାଣିରଖନ୍ତୁ ସେଠାରେ ମଧ୍ୟ ଏକ ଲିମିଟ୍ ଅଛି । ଏହି ଲିମିଟ୍ ସହରାଞ୍ଚଳରେ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୨୦୦୦ ଟଙ୍କା ଥିଲା । କିନ୍ତୁ ଏବେ ଏହି ସୁବିଧା ବ୍ୟବସାୟ କରେସପଣ୍ଡେଣ୍ଟ ଆଉଟଲେଟ୍ ପର୍ଯ୍ୟନ୍ତ ପହଞ୍ଚିବ, ଯାହା ସହଜରେ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ । ଏହା ବ୍ୟତୀତ, ଏବେ ବାୟୋମେଟ୍ରିକ୍ କିମ୍ବା ATM କାର୍ଡ ବିନା ମଧ୍ୟ ଟଙ୍କା ଉଠାଯାଇପାରିବ ।

ସରକାର ଏବଂ ବ୍ୟାଙ୍କିଙ୍ଗ ସେକ୍ଟର UPI ସାହାଯ୍ୟରେ ନଗଦ ଉଠାଣକୁ ସହଜ କରିବା ପାଇଁ କାମ କରୁଛନ୍ତି । ଯେତେବଳେ କୌଣସି ବ୍ୟବସାୟିକ ପ୍ରତିନିଧି ଆଉଟଲେଟକୁ ଯାଆନ୍ତି, ପ୍ରଥମେ ସେ UPIରୁ QR କୋଡ୍ ସ୍କାନ କରିବେ । ସ୍କାନ କରିବା ପରେ ଗ୍ରାହକଙ୍କ ବ୍ୟାଙ୍କରୁ ଆକାଉଣ୍ଟରୁ ସେହି ଏମାଉଣ୍ଟ କାଟି ନିଆଯିବ । ଯାହାର ସମାନ ପରିମାଣ ବ୍ୟବସାୟିକ ପ୍ରତିନିଧିଙ୍କ ଆକାଉଣ୍ଟରେ ଜମା ହୋଇଯିବ ।

ଏହା ପରେ ବ୍ୟବସାୟିକ ପ୍ରତିନିଧି ଗ୍ରାହକଙ୍କୁ ନଗଦ କ୍ୟାସ୍ ଦେବେ । ତେବେ ଆପଣଙ୍କ ସୂଚନା ପାଇଁ କହିରଖୁଛୁ ବର୍ତ୍ତମାନ, ଗ୍ରାହକମାନେ ବ୍ୟବସାୟିକ ପ୍ରତିନିଧି ସହିତ ଉପଲବ୍ଧ ମାଇକ୍ରୋ-ATM ମେସିନରୁ ATM କାର୍ଡ ପ୍ରବେଶ କରି ଟଙ୍କା ଉଠାଇ ପାରିବେ । କିନ୍ତୁ ଏହି ପଦ୍ଧତି ବହୁତ କମ୍ ବ୍ୟବହୃତ ହୁଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Future Tech: ଆଉ ଦରକାର ନାହିଁ ATM ଫୋନରୁ ଉଠିବ ଟଙ୍କା | Argus English