Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଶ୍ବକପ୍‌ ୨୦୨୩: ନେଦରଲାଣ୍ଡ୍‌ସ ବିପକ୍ଷରେ ଶତକ ହାସଲ କଲେ ଶ୍ରେୟସ ଆୟର

Sports

ବିଶ୍ବକପ୍‌ ୨୦୨୩: ନେଦରଲାଣ୍ଡ୍‌ସ ବିପକ୍ଷରେ ଶତକ ହାସଲ କଲେ ଶ୍ରେୟସ ଆୟର

Ritu Das
Browse all articles by Ritu Das
·2 years ago·1 min read
ବିଶ୍ବକପ୍‌ ୨୦୨୩: ନେଦରଲାଣ୍ଡ୍‌ସ ବିପକ୍ଷରେ ଶତକ ହାସଲ କଲେ ଶ୍ରେୟସ ଆୟର

ଅର୍ଗସ ବ୍ୟୁରୋ: ଭାରତୀୟ ଯୁବ ବ୍ୟାଟର ଶ୍ରେସୟ ଆୟର ଆଜି ନେଦରଲାଣ୍ଡ୍‌ସ ବିପକ୍ଷରେ ଶତକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ର ୪୫ତମ ମ୍ୟାଚ୍‌ରେ ଭାରତ ପାଇଁ ସେ ନିଜ ଦିନିକିଆ କ୍ୟାରିୟରର ୪ର୍ଥ ଶତକ (୧୦୦ ରନ୍‌) ହାସଲ କରିଛନ୍ତି। ସେ ୮୪ଟି ବଲ୍‌ ଖେଳି ୯ଟି  ଚୌକା ଓ ୨ଟି ଛକା ବଳରେ ଏହି ସଫଳତା ହାସଲ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ କେଏଲ୍‌ ରାହୁଲଙ୍କ ସହିତ ଶ୍ରେୟସ ବ୍ୟାଟିଂ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୪୭ ଓଭରରେ ୩ଟି ୱିକେଟ ବିନିମୟରେ ୩୬୦ ରନ୍‌ ସଂଗ୍ରହ ହୋଇପାରିଛି।

ଭାରତ ଓ ନେଦରଲାଣ୍ଡ୍‌ସ ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିଜେ ଅଧିନାୟକ ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି ଓ କେଏଲ୍‌ ରାହୁଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍‌ ୫୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World Cup 2023 | Argus English