|
logo
Live

Argus News - ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି, ଦିନିକିଆରେ 49 ତମ ଶତକ ହାସଲ...

Sports

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି, ଦିନିକିଆରେ 49 ତମ ଶତକ ହାସଲ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି, ଦିନିକିଆରେ 49 ତମ ଶତକ ହାସଲ...

ଅର୍ଗସ ବ୍ୟୁରୋ:  କିଙ୍ଗ କୋହଲି ସ୍ଥାପନ କଲେ ନୂଆ ରେକର୍ଡ । ଜନ୍ମ ଦିନରେ କଲେ ଶତକ। ସଚିନଙ୍କ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ କିଙ୍ଗ କୋହଲି। ବିଶ୍ୱକପ-୨୦୨୩। କୋଲକାତାରେ ଟସ ଜିତି ଭାରତର ବ୍ୟାଟିଂ ଜାରି ରହିଛି। ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ସାଉଥଆଫ୍ରିକା। ତେବେ ଏହି ମ୍ୟାଚରେ ବିରାଟ କୋହଲି ନିଜର ଭଲ ପ୍ରଦର୍ଶନ ସହ ଶତକ କରିଛନ୍ତି। ଏହାସହ ଆଜି ହେଉଛି କିଙ୍ଗ କୋହଲିଙ୍କ ୩୫ତମ ଜନ୍ମ ବାର୍ଷିକୀ। ଆଜିର ଦିନରେ ଫ୍ୟାନ୍ସଙ୍କୁ ଖୁସି କରାଇଛନ୍ତି କୋହଲି।  ବଡ କଥା ହେଉଛି ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି । ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ହାସଲ କରିବା ସହ ଦିନିକିଆରେ ଶତକୀ ପାଳି ଖେଳିଛନ୍ତି ।

ତେବେ ବିରାଟ ୨୮୮ ମ୍ୟାଚ ଖେଳିଥିବାବେଳେ ୨୭୬ ପାଳିରୁ ଏହି ରେକର୍ଡ ଅର୍ଜନ କରିଛନ୍ତି । ସଚିନଙ୍କଠାରୁ କମ ପାଳି ଖେଳି ଶତକରେ ରେକର୍ଡ କରିଛନ୍ତି କୋହଲି । ତେବେ ଚଳିତ ବିଶ୍ବକପରେ ଦିନିକିଆରେ ୫୦ ଶତକ ହାସଲ କରି ବିଶ୍ବର ସବୁଠାରୁ ଅଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ବନିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଚଳିତ ବିଶ୍ବକପରେ ଦମଦାର ଫର୍ମରେ ରହିଛନ୍ତି କୋହଲି । ସମସ୍ତ ମ୍ୟାଚରେ ବଡ଼ ବଡ଼ ପାଳି ଖେଳିବା ସହ ଟିମ ଇଣ୍ଡିଆର ସଙ୍କଟମୋଚକ ମଧ୍ୟ ସାଜିଛନ୍ତି । ସଚିନଙ୍କ ସମକକ୍ଷ ହୋଇଥିବାବେଳେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବିରାଟ । ସଚିନ ୪୬୩ ମ୍ୟାଚ ଖେଳିଥିବାବେଳେ ୪୫୨ ପାଳିରୁ ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି । ଏହାସହ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଟାର୍ଗେଟ ରଖିଛନ୍ତି ରୋହିତ ବାହୀନି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଖେଳ ଖବର:

 

Sponsored
ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି, ଦିନିକିଆରେ 49 ତମ ଶତକ ହାସଲ... | Argus English