|
logo
Live

Argus News - ୧୪ମାସ ପରେ ଦଳକୁ ଫେରିଲେ ବିରାଟ, ରୋହିତ

Sports

୧୪ମାସ ପରେ ଦଳକୁ ଫେରିଲେ ବିରାଟ, ରୋହିତ

Ritu Das
Browse all articles by Ritu Das
·2 years ago·1 min read
୧୪ମାସ ପରେ ଦଳକୁ ଫେରିଲେ ବିରାଟ, ରୋହିତ

ଅର୍ଗସ ବ୍ୟୁରୋ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି ।   ଆହତଜନିତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଦଳରୁ ବାଦ ପଡ଼ିଛନ୍ତି । ସେହିପରି ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ ବି ସ୍ଥାନ ପାଇନାହାନ୍ତି । ଗତ ଦୁଇ ଦିନ ହେବ ଚୟନକର୍ତ୍ତା ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସୁଯୋଗ ଦେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। 

ଏହା ସହ ରୋହିତ ଓ ବିରାଟ ଟି-୨୦ ବିଶ୍ୱକପ୍ ଦଳରେ ରହିବେ ବୋଲି ଚୟନକର୍ତ୍ତାମାନେ ସ୍ପଷ୍ଟ କରିଛନ୍ତି। ଆସନ୍ତା ସପ୍ତାହ ୧୧ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଆଇସିସି ଦିନିକିଆ ବିଶ୍ୱକପ୍ ବେଳେ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏଥିରୁ ମୁକୁଳି ନାହାନ୍ତି। ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଥିବାରୁ ଚୟନ ପାଇଁ ଉପଲବ୍ଧ ହୋଇନଥିଲେ। ୱିକେଟକିପର ଇଶାନ କିଶନଙ୍କ ନାଁ ମଧ୍ୟ ଦଳରେ ସାମିଲ ହୋଇନାହିଁ। ସଞ୍ଜୁ ସାମସନ୍ ଓ ଜିତେଶ ଶର୍ମା ୱିକେଟ୍ କିପର ଭାବେ ଆଫଗାନିସ୍ତାନ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୧୪ମାସ ପରେ ଦଳକୁ ଫେରିଲେ ବିରାଟ, ରୋହିତ | Argus English