Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ସାଉଥଆଫ୍ରିକା-ଭାରତ ୨ୟ ଟେଷ୍ଟ, ସିରିଜ ବରାବର ଲକ୍ଷ୍ୟରେ ରୋହିତ ବାହିନୀ

Sports

ଆଜି ସାଉଥଆଫ୍ରିକା-ଭାରତ ୨ୟ ଟେଷ୍ଟ, ସିରିଜ ବରାବର ଲକ୍ଷ୍ୟରେ ରୋହିତ ବାହିନୀ

Ritu Das
Browse all articles by Ritu Das
·2 years ago·1 min read
ଆଜି ସାଉଥଆଫ୍ରିକା-ଭାରତ ୨ୟ ଟେଷ୍ଟ, ସିରିଜ ବରାବର ଲକ୍ଷ୍ୟରେ ରୋହିତ ବାହିନୀ

ଅର୍ଗସ ବ୍ୟୁରୋ: ଦକ୍ଷିଣ ଆଫ୍ରିକା-ଭାରତ ଟେଷ୍ଟ ସିରିଜ। ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ନିର୍ଣ୍ଣାୟକ ଦ୍ବିତୀୟ ଟେଷ୍ଟ। ସିରିଜ ପରାଜୟ ଏଡ଼ାଇବାକୁ ଭାରତ ପ୍ରସ୍ତୁତି କରିଛି। ପୂର୍ବରୁ ଘରୋଇ ଟିମ ଦକ୍ଷିଣଆଫ୍ରିକା ସିରିଜରେ ୧-୦ରେ ଆଗୁଆ ରହିଛି। 

କେପଟାଉନ ନ୍ୟୁଲାଣ୍ଡସରେ ଅପରାହ୍ନସାଢ଼େ ଗୋଟାଏରେ ଆଜି ଏହି ମ୍ୟାଚ ଖେଳଯିବ। ଅନ୍ୟପଟେ ଭାରତ ବିପକ୍ଷରେ ନେତୃତ୍ବ ନେବା ସହ ଡିନ ଏଲଗାର ଶେଷ ଟେଷ୍ଟ ଖେଳିବେ। ମ୍ୟାଚ ଜିତି କାମଚଳା ଅଧିନାୟକ ଡିନ ଏଲଗାରଙ୍କୁ ବିଜୟ ଦେବାକୁ ଲକ୍ଷ୍ୟ ରଖିଛି ଘରୋଇ ଦଳ। ସେଞ୍ଚୁରିୟନ ଟେଷ୍ଟରେ ୩ ଦିନ ଭିତରେ ପାଳି ପରାଜୟ ବରଣ କରିଥିବା ରୋହିତ ଶର୍ମାଙ୍କ ଦଳ ଏବେ ଶୃଙ୍ଖଳା ଓ ସମ୍ମାନ ରକ୍ଷା କରିବାପାଇଁ କେପଟାଉନରେ ନିଶ୍ଚିତ ବିଜୟ ଆଶା କରୁଛି। 

ସେହିପରି ଫିଟ ଘୋଷିତ ରବୀନ୍ଦ୍ର ଜାଡେଜା ଦଳକୁ ଫେରିବା ନିଶ୍ଚିତ ରହିଛି। ପୂର୍ବରୁ ନ୍ୟୁଲାଣ୍ଡସ ପିଚରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ତେଣୁ ଏହି ମ୍ୟାଚ ଜିତିବା ଭାରତ ପାଇଁ ଖୁବ ଚ୍ୟାଲେଞ୍ଜ ରହିବ। ତେବେ ଦେଖାଯାଉ ଭାରତ ସମ୍ମାନ ରଖିବାରେ ସଫଳ ହେଉଛି। ନା ପୂର୍ବରୁ ଚାଲିଆସିଥିବା ପରାଜୟ ଧାରାକୁ ବଜାୟ ରଖୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ଭାବ୍ୟ ଦଳ: 
ଭାରତ: ରୋହିତ ଶର୍ମା (କ୍ୟାପଟେନ), ଯଶସ୍ବୀ ଜୈସ୍ବାଲ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଯଶପ୍ରିତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା/ମୁକେଶ କୁମାର, ମହମ୍ମଦ ସିରାଜ।

ସାଉଥଆଫ୍ରିକା: ଡିନ ଏଲଗାର (କ୍ୟାପଟେନ), ଆଡେନ ମାରକ୍ରମ, ଟୋନି ଡି ଜର୍ଜି, କିଗାନ ପିଟରସନ, ଜୁବେର ହମଜା, ଡେଭିଡ ବେଡିଙ୍ଗହୋମ, କେଲି ଭେରେନ, ମାର୍କୋ ଜାନସେନ, କେଶବ ମହାରାଜ/ଲୁଙ୍ଗି ଏନଗିଡି, କାଗିସୋ ରାବାଡା, ନାନ୍ଦ୍ରେ ବର୍ଗର।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Today, South Africa-India | Argus English