ଫେରୱେଲ ଟେଷ୍ଟ ମ୍ୟାଚରେ ଦର୍ଶକଙ୍କ ତାଳିରେ କମ୍ପିଲା ଷ୍ଟାଡିୟମ

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ତିନିଟି ମ୍ୟାଚର ଟେଷ୍ଟ ସିରିଜର ଶେଷ ଖେଳ ସିଡନିରେ ଆରମ୍ଭ ହୋଇଯାଇଛି। ଏହି ଖେଳ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣରଙ୍କ କ୍ୟାରିୟରର ଶେଷ ରେଡ ବଲ ଗେମ ବୋଲି କୁହାଯାଉଛି। ଏହି ମ୍ୟାଚ ପରେ ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ମିଳିବ ନାହିଁ।
ନିଜର ଏହି ଫେରୱେଲ ଟେଷ୍ଟ ମ୍ୟାଚରେ ଡେଭିଡ ୱାର୍ଣ୍ଣରଙ୍କ ଏଣ୍ଟ୍ରି ଆକର୍ଷଣୀୟ ରହିଥିଲା। ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ପାଇଁ ପଡ଼ିଆକୁ ଆସିବା ସମୟରେ କ୍ରିକେଟର ଡେଭିଡ ୱାର୍ଣ୍ଣର ତାଙ୍କର ତିନିଝିଅଙ୍କ ସହିତ ଷ୍ଟାଡିୟମ ଭିତରକୁ ଓହ୍ଲାଇଥିଲେ। ଏଦୃଶ୍ୟ ଦେଖି ଦର୍ଶକ ଓ କ୍ରିକେଟର ଖୁସି ହେବା ସହିତ ସେମାନଙ୍କ କରତାଳିରେ ଷ୍ଟାଡିୟମ କମ୍ପି ଉଠିଥିଲା।
୨୦୦୯ ଜାନୁଆରି ୧୧ ତାରିଖରେ ଡେଭିଡ ୱାର୍ଣ୍ଣର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ମିଳିଥିଲା। ଡେଭିଡ ତାଙ୍କ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ ଦେଖାଇ ୪୩ବଲରେ ୮୯ ରନ କରିଥିଲେ। ଏହାପରେ ୧୪ବର୍ଷ ଭିତରେ ଡେଭିଡ ଟି-୨୦ରୁ ନେଇ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଦର୍ଶକଙ୍କୁ ଖୁସି କରାଇ ଦେଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର