ଟେଷ୍ଟର ସବୁଠାରୁ ରୋମାଞ୍ଚକ ଦିନ: ପ୍ରଥମ ଦିନରେ ହେଲା ୨୩ ଓ୍ବିକେଟର ପତ୍ତନ

ଅର୍ଗସ ବ୍ୟୁରୋ: ବୁଧବାର ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଇଥିଲା ଦ୍ବିତୀୟ ଟେଷ୍ଟ ମ୍ୟାଚ। ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଆଜିର ମ୍ୟାଚରେ ଏକାଧିକ ଖରାପ ରେକର୍ଡ ହୋଇଛି। ପ୍ରଥମ ଦିନରେ ମୋଟ ୨୩ ଓ୍ବିକେଟ ପଡ଼ିଥିଲା।
ପ୍ରଥମ ଇନିଂସରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଥିବା ଦକ୍ଷିଣଆଫ୍ରିକା ଆଜି ଦ୍ବିତୀୟ ଇନିଂସ ପାଇଁ ବ୍ୟାଟିଂ କରିଥିଲା। ଏଥିରେ ଦଳ ୩ ଓ୍ବିକେଟ ହରାଇ ୬୨ ରନ କରିଛି। ଦକ୍ଷିଣ ଆଫ୍ରିକାର ଏଡନ ମାରକ୍ରମ ଓ ଡେଭିଡ ବୋଡିଙ୍ଗମ ନଟଆଉଟ ରହିଛନ୍ତି। ଫଳରେ ଭାରତ ଏବେବି ୩୬ ରନ ଆଗରେ ରହିଛି। ଦକ୍ଷିଣଆଫ୍ରିକାରେ ଭାରତ ମୋଟ ୩ ଓ୍ବିକେଟ ନେଇଥିବାବେଳେ ମୁକେଶ କୁମାର ସର୍ବାଧିକ ୨ଟି ଓ ଯଶପ୍ରିତ ବୁମ୍ରା ଗୋଟିଏ ଓ୍ବିକେଟ ନେଇଛନ୍ତି।
ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣଆଫ୍ରିକାର ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ବିରୋଧରେ କୌଣସି ଦଳ ପ୍ରଥମ ଦିନରେ ଟେଷ୍ଟରେ ଏତେ କମ ରନଆଉଟ ହେବା ପ୍ରଥମ ଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୬ ଓ୍ବିକେଟ ନେଇଥିଲେ। ଏଥିସହିତ ଯଶପ୍ରିତ ବୁମରା ଏବଂ ମୁକେଶ କୁମାର ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏ ସଫଳତା ମିଳିଥିଲା। ଦକ୍ଷିଣଆଫ୍ରିକାର ୫୫ ରନର ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ମାତ୍ର ୧୫୩ ରନରେ ଅଲ ଆଉଟ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡା, ଲୁଙ୍ଗି ଏଙ୍ଗିଡି ଏବଂ ନନ୍ଦ୍ରେ ବର୍ଗ ପ୍ରତ୍ୟେକ ୩ ଲେଖାଏ ଓ୍ବିକେଟ ନେଇଥିଲେ।
📱 Get Argus News App
✨ଭାରତୀୟ ଦଳର ୬ଜଣ ବ୍ୟାଟର କୌଣସି ରନ ନ କରି ପାଭିଲିୟନକୁ ଫେରିଥିଲେ। ୧୫୩ ରନ ବେଳକୁ ଭରତ ପଞ୍ଚମ ଓ୍ବିକେଟ ହରାଇବା ପରେ ଓ୍ବିକେଟର ସୁଅ ଛୁଟିଥିଲା। ଏହାପରେ ୬ଜଣ ବ୍ୟାଟର ଶୂନରେ ଆଉଟ ହୋଇଥିଲେ। ଫଳରେ ଟିମ ଇଣ୍ଡିଆ ୧୫୩ରେ ଅଲଆଉଟ ହେବାସହ ୯୮ ରନର ଅଗ୍ରଣୀ ହାସଲ କରିଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର