Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୋଏବଙ୍କୁ ଛାଡ଼ପତ୍ର ଦେବାପରେ ସାନିଆ ଶେୟାର କଲେ ପ୍ରଥମ ପୋଷ୍ଟ

Sports

ସୋଏବଙ୍କୁ ଛାଡ଼ପତ୍ର ଦେବାପରେ ସାନିଆ ଶେୟାର କଲେ ପ୍ରଥମ ପୋଷ୍ଟ

Ritu Das
Browse all articles by Ritu Das
·2 years ago·2 min read
ସୋଏବଙ୍କୁ ଛାଡ଼ପତ୍ର ଦେବାପରେ ସାନିଆ ଶେୟାର କଲେ ପ୍ରଥମ ପୋଷ୍ଟ

ଅର୍ଗସ ବ୍ୟୁରୋ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି। ଛାଡ଼ପତ୍ର ପରେ ସାନିଆ ପ୍ରଥମଥର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସାନିଆଙ୍କୁ ଦର୍ପଣ ସମ୍ମୁଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ସାନିଆ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ରି‌ଫ୍ଲେକ୍ଟ’।

ସୋଏବ ସାନିଆଙ୍କୁ ୨୦୧୦ ମସିହାରେ ହାଇଦ୍ରାବାଦରେ ଧୁମଧାମରେ ବିବାହ କରିଥିଲେ। ଦୁହିଁଙ୍କର ଏକ ପୁତ୍ର ସନ୍ତାନ ବି ଅଛି। ଯାହାଙ୍କ ନାମ ରହିଛି ଇଜହାନ। ୫ବର୍ଷର ଇଜହାନ ଇନଷ୍ଟାଗ୍ରାମରେ ଖୁବ ସକ୍ରିୟ। ସୋଏବଙ୍କ ଠାରୁ ଅଲଗା ହେବା ମୋ ପାଇଁ ବହୁତ କଷ୍ଟ ଥିଲା। ଆଉ ଏହାର ସବୁଠୁ ଅଧିକ ଆଘାତ ଲାଗିଛି ମୋ ପୁଅ ଇଜହାନକୁ। ଏବେ ସେ ମାନସିକ ସ୍ତରରେ ବିଚଳିତ ହୋଇପଡ଼ିଛି। ଆଉ ଏହାର କାରଣ ହେଉଛି ତାଙ୍କ ପିତାଙ୍କର ତୃତୀୟ ବିବାହ। କେବେ ଭାବି ନ ଥିଲି ଲାଇଫରେ ଏଭଳି ସମୟ ବି ଆସିବ। ମୋ ପୁଅକୁ ତାଙ୍କ ସ୍କୁଲରେ ଏତେ ମଜାକ ଉଡୋଉଛନ୍ତି ଯେ, ସେ ସ୍କୁଲକୁ ଯିବା ବନ୍ଦ କରିଦେଇଛି। ଖୁବଶୀଘ୍ର ସାନିଆ ତାଙ୍କ ପୁଅକୁ ନେଇ ଏକ ବିଶେଷ ପଦକ୍ଷେପ ନେବାକୁ ଯାଉଛନ୍ତି। ଦୁବାଇରେ ରହିବା ଏବେ କଷ୍ଟକର ହୋଇପଡ଼ିଛି। ଖୁବଶୀଘ୍ର ପୁଅକୁ ନେଇ ଭାରତ ଫେରିବେ। 

ତେବେ ସୋଏବଙ୍କ ତୃତୀୟ ବିବାହ ସାମ୍ନ‌ାକୁ ଆସିବା ପରେ ଅନେକ ଲୋକ ପ୍ରଶ୍ନ କରିଥିଲେ କି ସାନିଆଙ୍କୁ ଛାଡ଼ପତ୍ର ନ ଦେଇ ସୋଏବ କିପରି ତୃତୀୟ ବିବାହ କରି ପାରିଲେ। ଏହାକୁ ନେଇ ସାନିଆଙ୍କ ବାପା ପ୍ରତିକ୍ରିୟା ଦେଇ କହିଥିଲେ, ‘ ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଲୋକଙ୍କ ଠାରୁ ଦୂରେଇ ରଖିନ୍ତି। ତେଣୁ ତାଙ୍କ ବିଷୟରେ କେହି କିଛି ଜାଣି ପାରନ୍ତି ନାହିଁ। ସାନିଆ ନିଜ ଆଡୁ ଛାଡ଼ପତ୍ର ପାଇଁ ଆବେଦନ କରି ସୋଏବଙ୍କ ଠାରୁ ଅଲଗା ହୋଇଥିଲେ। ଏହାପରେ କ୍ରିକେଟର ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି। ସୋଏବ ତାଙ୍କ ବୈବାହିକ ଜୀବନରେ ଖୁସିରେ ରୁହନ୍ତୁ ବୋଲି ସାନିଆ କହିଛନ୍ତି। ଶେଷରେ ସାନିଆ କହିଛନ୍ତି ପରିବାର ସାଙ୍ଗ ଏବଂ ଦେଶ ବିରୁଦ୍ଧରେ ଯାଇ ସୋଏବଙ୍କୁ ବିବାହ କରିବା ମୋର ଭୂଲ ନିଷ୍ପତ୍ତି ଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Sania shared | Argus English