Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିମାନରେ ଓଡ଼ିଆ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କଲେ ପାଇଲଟ

Sports

ବିମାନରେ ଓଡ଼ିଆ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କଲେ ପାଇଲଟ

Ritu Das
Browse all articles by Ritu Das
·2 years ago
ବିମାନରେ ଓଡ଼ିଆ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କଲେ ପାଇଲଟ

ଅର୍ଗସ ବ୍ୟୁରୋ: ବିମାନରେ ଓଡ଼ିଆ ପାରା ଆଥଲେଟଙ୍କୁ ସମ୍ବର୍ଦ୍ଧିତ କଲେ ପାଇଲଟ। ଗୋଆରେ ଅନୁଷ୍ଠିତ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ମେଡାଲ ଜିତି ଫେରିବା ପରେ ଓଡ଼ିଶାର ପାରା ଆଥଲେଟସଙ୍କୁ ବିମାନରେ ପ୍ରଶଂସା କଲେ ଇଣ୍ଡିଗୋ ବିମାନର ପାଇଲଟ୍। ପାରା ଆଥଲେଟିକ ଚାମ୍ପିଅନସିପରେ ତିନୋଟି ଗୋଲ୍ଡ ଜିତିବା ସହ ବେଷ୍ଟ ଅଥଲେଟର ସମ୍ମାନ ହାତେଇଛନ୍ତି ଓଡ଼ିଶାର ପାରାଗେମ୍ସର ଦୌଡ଼ରାଣୀ ଜୟନ୍ତୀ ବେହେରା। 

ଗୋଆରୁ ଓଡ଼ିଶା ଫେରିବା ବାଟରେ ବିମାନରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଇଣ୍ଡିଗୋ ବିମାନର ପାଇଲଟ୍। ତାଙ୍କୁ ଲିଖିତ ଶୁଭେଚ୍ଛା ବାର୍ତ୍ତା ସମେତ ଫୁଲତୋଡ଼ା ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ବିମାନର ଉଭୟ ପାଇଲଟ୍ ଓ କ୍ର୍ୟୁ ମେମ୍ବର।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
On the plane | Argus English