Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାର ନୁହେଁ ଭିଣ୍ଟେଜ ରାଇଡର ମଜା ନେଲେ

Sports

କାର ନୁହେଁ ଭିଣ୍ଟେଜ ରାଇଡର ମଜା ନେଲେ

Ritu Das
Browse all articles by Ritu Das
·2 years ago·2 min read
କାର ନୁହେଁ ଭିଣ୍ଟେଜ ରାଇଡର ମଜା ନେଲେ

ଅର୍ଗସ ବ୍ୟୁରୋ: କ୍ରିକେଟ ପାଇଁ ସମସ୍ତେ କ୍ରେଜି। ଆଉ ତାହା ପୁଣି ଭାରତୀୟ କ୍ରିକେଟର। ଇଣ୍ଡିଆ ଟିମ ଖେଳାଳିଙ୍କର ସମସ୍ତେ ଦିଓ୍ବାନା। ସେ ବ୍ୟାଟ୍ସମ୍ୟାନ ହୁଅନ୍ତୁ କି ବୋଲର ସମସ୍ତେ ଫ୍ୟାନଙ୍କ ହୃଦୟରେ ରାଜ କରୁଛନ୍ତି। ଆଜି କିନ୍ତୁ ଆମେ କହୁଛୁ ଆଉ ଜଣେ ଷ୍ଟାର ଅଲରାଉଣ୍ଡର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ କଥା। ଜାଡେଜା ଜଣେ ଏମିତି ଖେଳାଳି ତାଙ୍କ ପାଇଁ ଇଣ୍ଡିଆ ବହୁତ ମ୍ୟାଚ ଜିତିଛି। ଆଉ ତାଙ୍କ ଅବଦାନ ମଧ୍ୟ ଟିମ କେବେ ଭୂଲି ପାରିବନି। କାରଣ ଯେତେବେଳେ ପ୍ଲେଇଙ୍ଗ ୧୧ରେ କ୍ୟାପଟେନ ରୋହିତ, ବିରାଟ, ଶୁଭମନ ଗିଲ କିମ୍ବା କେ.ଏଲ ରାହୁଲଙ୍କ  କଥା କୁହନ୍ତୁ କ୍ରିଜରୁ ଆଉଟ ହୋଇଯାଆନ୍ତି ସେତେବେଳେ ସଙ୍କଟମୋଚକ ଭାବେ ପଡ଼ିଆକୁ ଓହ୍ଲାନ୍ତି ଭାରତୀୟ ଅଲରାଉଣ୍ଡର ପ୍ଲେୟର ରବୀନ୍ଦ୍ର ଜାଡେଜା। ବ୍ୟାଟିଂ, ବୋଲିଂ ଏବଂ କିପିଂରେ ସମସ୍ତଙ୍କ ଭରସା ଜିତିସାରିଛନ୍ତି। ଆଉ ଆପଣ ଭରସା କରିପାରିବେ। ବହୁବାର ପଡ଼ିଆରେ ହୃଦୟ ଜିତିଛନ୍ତି ହେଲେ ଆଜି ଆମେ ଜାଡେଜାଙ୍କ କଥା କହିବାର କାରଣ ରହିଛି। 

 

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ବିଜୟୀ ଦଳର ସଦସ୍ୟ ଥିବା ରବୀନ୍ଦ୍ର ଜାଡ଼େଜା ସ୍ବଦେଶ ଫେରିବା ପରେ ଏକ ନୂଆ ଦେଶୀ ଅନୁଭୂତି ପାଇଛନ୍ତି। ମାନେ ନିଜ ଗାଁରେ ଛୁଟି କାଟୁଛନ୍ତି। ପ୍ରାୟ ଖେଳାଳି ବିଦେଶରେ ଛୁଟି କାଟିବାକୁ ଭଲ ପାଉଥିବାବେଳେ ଆଉ କିଛି ଖେଳାଳି ନିଜ ଦେଶ ଏବଂ ନିଜ ଗାଁରେ ରହି ଛୁଟି ଏଞ୍ଜୟ କରୁଛନ୍ତି। ବିଭିନ୍ନ ଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିବା ଜାଡ଼େଜାଙ୍କୁ ଏବେ ଶଗଡ଼ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି। ଆଫଗାନିସ୍ତାନ ବିପକ୍ଷ ସିରିଜ ପୂର୍ବରୁ ତାଙ୍କର ଶଗଡ଼ ଗାଡ଼ି ଚଲାଇବାର ଭିଡିଓ ଫ୍ୟାନମାନଙ୍କୁ ଖୁସିର ଖୋରାକ ଯୋଗାଇଛି। ଜାଡେଜା କହିଛନ୍ତି ଆମେ ନିଜକୁ ଯେତେ ପ୍ରତିଷ୍ଠିତ ଦେଖେଇଲେ ବି ଆମ ଓରିଜିନ ହେଉଛି ଗାଁ। ଆଉ ମୁଁ ପ୍ରଥମେ ଗାଁର ସବୁ ମୁହୂର୍ତ୍ତକୁ ଏଞ୍ଜୟ କରିବାକୁ ଚାହେଁ। ମୁଁ ଏତେ କାର ଚଲେଇଛି କିନ୍ତୁ ଅସଲି ମଜା ଶଗଡ଼ ଗାଡ଼ିରେ ଅଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଜୁର୍ନ ପୁରସ୍କାରକୁ ନେଇ ନିଜର ଖୁସି ବ୍ୟକ୍ତ କଲେ ମହମ୍ମଦ ସାମି

ଇନ୍‌ଷ୍ଟାଗ୍ରାମରେ ଛଡ଼ାଯାଇଥିବା ଏହି ଭିଡିଓରେ ଜାଡ଼େଜା ଶଗଡ଼ ଗାଡ଼ି ଉପରେ ବେଶ ଆରାମରେ ବସି ଯାଉଛନ୍ତି। ଏହି ଭିଡିଓର ଶିରୋନାମରେ ଜାଡ଼େଜା ଲେଖିଛି ‘ଭିଣ୍ଟେଜ୍‌ ରାଇଡ୍‌’। ଭାରତୀୟ ଦଳର ଏହି ଅଲ୍‌ରାଉଣ୍ଡର ମଧ୍ୟ ଜୀବନରେ ଅଲ୍‌ରାଉଣ୍ଡର କାମ କରୁଛନ୍ତି। ଭିଡିଓରେ ତାଙ୍କ ଫ୍ୟାନମାନେ ବିଭିନ୍ନ କମେଣ୍ଟ୍‌ ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ରାଜପୁତନା’। ଆଉ ଜଣେ ଲେଖିଛନ୍ତି, ଓ୍ବାଃ ସୁପର ଜାଡ଼ୁ ସରକାର।
 

Sponsored
Not the car but | Argus English