Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ସାମି ମନୋନୀତ

Sports

ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ସାମି ମନୋନୀତ

Ritu Das
Browse all articles by Ritu Das
·2 years ago·1 min read
ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ସାମି ମନୋନୀତ

ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ବୋଲର ତଥା ଗତ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ର ସର୍ବାଧିକ ୱିକେଟ୍‌ ହାସଲକାରୀ ମହମ୍ମଦ ସାମି ଭାରତ ସରକାରଙ୍କ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ବ୍ୟତୀତ ବ୍ୟାଡ୍‌ମିଣ୍ଟନ୍‌ର ସଫଳ ପୁରୁଷ ଯୁଗଳ ଯୋଡ଼ି ତଥା ଏସୀୟ କ୍ରୀଡ଼ା ବିଜେତା ସାତ୍ତ୍ବିକସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୂଚନା ଅନୁଯାୟୀ, ଅର୍ଜୁନ ପୁରସ୍କାର ତାଲିକାରେ ପୂର୍ବରୁ ସାମିଙ୍କ ନାମ ରଖାଯାଇ ନଥିଲା। 

କିନ୍ତୁ ସାମିଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ ସରକାରଙ୍କୁ ସ୍ବତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା। ସାମିଙ୍କ ବ୍ୟତୀତ ଅନ୍ୟ ୧୬ ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ହକି ଖେଳାଳି କୃଷ୍ଣ ବାହାଦୁର ପାଠକ ଓ ସୁଶୀଳା ଚାନୁ, ତୀରନ୍ଦାଜ ଓଜାସ୍‌ ପ୍ରବୀଣ ଦେଓତଲେ ଓ ଅଦିତି ଗୋପୀଚାନ୍ଦ ସ୍ବାମୀ, ମୁଷ୍ଟିଯୋଦ୍ଧା ମହମ୍ମଦ ହୁସାମୁଦ୍ଦିନ୍‌, ଚେସ୍‌ ଖେଳାଳି ଆର୍‌ ବୈଶାଳୀ, ଗଲ୍ଫର୍‌ ଦୀକ୍ଷା ଡଗର, ବନ୍ଧୁକଚାଳକ ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର, କୁସ୍ତିଯୋଦ୍ଧା ଅନ୍ତିମ ପଂଘଲ ଓ ଟେବୁଲ ଟେନିସ୍ ଖେଳାଳି ଆହିକା ମୁଖାର୍ଜୀ ଏହି ତାଲିକାରେ ରହିଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mohammad Sami | Argus English