ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ ସତବୀର ସିଂ

ଅର୍ଗସ ବ୍ୟୁରୋ: କ୍ରିକେଟ ଜଗତରେ ପୁଣି ଓଡ଼ିଶା କମାଲ କରିଛି। ଓଡିଆ ପୁଅଙ୍କୁ ମିଳିଛି ବଡ ଦାୟିତ୍ୱ । ଆଉ ଏହା ଅତ୍ୟନ୍ତ ଗର୍ବିତ କଲାଭଳି ଖବର। ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ପଦ ପାଇଁ ମନୋନୀତ ହୋଇଛନ୍ତି ମାଲକାନଗିରିର ପୁଅ ସତବୀର ସିଂ ରିୟର । ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର।
Congratulations 👏🎉 Mr. Satbir Singh Riar (Member, OCA) on being appointed as the Manager of #TeamIndia for the India 🇮🇳 vs 🇿🇦 South Africa Test Series!
📍South Africa @BCCI#SAvsIND#SAvsIndia#BCCI pic.twitter.com/WzGQ1iHfrK
📱 Get Argus News App
✨ପୂର୍ବରୁ ୧୬ ବର୍ଷରୁ କମ, ୧୯ ବର୍ଷରୁ କମ ଟିମ ସହ ଓ ରଣଜୀ ଟ୍ରଫିର ମ୍ୟାନେଜର ପଦ ସମ୍ଭାଳିଛନ୍ତି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ଆଜି ସତରେ ଓଡ଼ିଶାକୁ ଗର୍ବିତ କରିଛନ୍ତି ସତବୀର।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର