Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇପିଏଲ କାଉଣ୍ଟଡାଉନ: ଦୁବାଇରେ ମିନି ଅକ୍ସନରେ ଭାଗ ନେବେ ୩୩୩ ଖେଳାଳି

Sports

ଆଇପିଏଲ କାଉଣ୍ଟଡାଉନ: ଦୁବାଇରେ ମିନି ଅକ୍ସନରେ ଭାଗ ନେବେ ୩୩୩ ଖେଳାଳି

Ritu Das
Browse all articles by Ritu Das
·2 years ago·2 min read
ଆଇପିଏଲ କାଉଣ୍ଟଡାଉନ: ଦୁବାଇରେ ମିନି ଅକ୍ସନରେ ଭାଗ ନେବେ ୩୩୩ ଖେଳାଳି

ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ କାଉଣ୍ଟଡାଉନ। ଶେଷ ହେଲା ଅପେକ୍ଷା। ମଙ୍ଗଳବାର ଦିନ ହେବ ମିନି ଅକ୍ସନ। ପ୍ରଥମଥର ପାଇଁ ବିଦେଶରେ ହେବାକୁ ଯାଉଛି ଅକ୍ସନ। ଆସନ୍ତାକାଲି ଦୁବାଇରେ ଅପରାହ୍ନରେ ହେବ ଖେଳାଳି ନିଲାମ ପ୍ରକ୍ରିୟା।

ଫ୍ୟାନମାନଙ୍କର ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି। ଚଳିତବର୍ଷ ବିଦେଶରେ ପ୍ରଥମଥର ନିଲାମ ହେବେ ଖେଳାଳି। ଏହି ନିଲାମିରେ ୩୩୩ ଖେଳାଳିଙ୍କ ନାମରେ ନିଲାମ ଡକାଯିବ। ନିଲାମ ହେବାକୁ ଥିବା ୩୩୩ ଖେଳଳିଙ୍କ ମଧ୍ୟରୁ ୨୧୪ଜଣ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ଜଣ ଖେଳଳି ବିଦେଶ ପ୍ଲେୟର ଅଛନ୍ତି। ଏଥିରେ ୧୧୧ କ୍ୟାପ ଏବଂ ୨୧୫ ଅନକ୍ୟାପ ଖେଳାଳି ରହିଛନ୍ତ। ଆଇପିଏଲ ୨୦୨୪ ଲାଗି ୧୦ଟି ଫ୍ରାଞ୍ଚାଇଜ ମୋଟ ୭୭ ଖେଳାଳିଙ୍କୁ କିଣିପାରିବେ। ଦେଖିବାକୁ ଗଲେ ମୋଟ ୩୩୩ରୁ ମାତ୍ର ୭୭ ଖେଳାଳି ହିଁ ବିକ୍ରି ହେବେ। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— IndianPremierLeague (@IPL) December 17, 2023

 

ତେବେ ୩୩୩ ଖେଳାଳିଙ୍କ ମଧ୍ୟରେ ୨୩ଜଣ ଏପରି ଅଛନ୍ତି। ଯେଉଁମାନଙ୍କ ବେସ ପ୍ରାଇସ ୨କୋଟି ରହିଛି। ଯେଉଁଥିରେ ୧୩ ଖେଳାଳିଙ୍କର ବେସ ପ୍ରାଇସ ୧.୫ କୋଟି ରଖାଯାଇଛି। ଏହାବ୍ୟତୀତ ୧କୋଟି, ୫୦ଲକ୍ଷ, ୭୫ଲକ୍ଷ, ୪୦ଲକ୍ଷ, ୩୦ଲକ୍ଷ ଏବଂ ୨୦ଲକ୍ଷ ବେସ ପ୍ରାଇସର ଖେଳାଳି ବି ତାଲିକାରେ ସାମିଲ ଅଛନ୍ତି। 
ତେବେ ଗୁଜରାଟ ଟାଇଟାନ୍ସ ଟିମ ପାଖରେ ସର୍ବାଧିକ ଟଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ଟାଇଟାନ ପର୍ସରେ ୩୮.୧୫ କୋଟି ରହିଛି। ଆସନ୍ତା ନିଲାମରେ ଏହି ଟଙ୍କା ବଳରେ ଟିମ ସର୍ବାଧିକ ୮ଜଣ ଖେଳଳି ହିଁ କିଣିପାରିବ। ସେପଟେ ଲକ୍ଷ୍ନୌ ସୁପର ଜାଏଣ୍ଟସର ପର୍ସରେ ସବୁଠୁ କମ ୧୩.୧୫ କୋଟି ଟଙ୍କା ରହିଛି। କେ.ଏଲ ରାହୁଲଙ୍କ ଅଧିନାୟକତ୍ବରେ ଏହି ଟିମ ଆଉ ୬ଜଣ ଖେଳାଳିଙ୍କୁ କିଣିବ ବୋଲି ଜଣାପଡ଼ିଛି।  

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
IPL Countdown | Argus English