୫୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା, ୯ ଜଣ ଖେଳାଳି ଛୁଇଁ ପାରିଲେନି ଦୁଇ ଅଙ୍କ

ଅର୍ଗସ ବ୍ୟୁରୋ : କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଘାତକ ବୋଲିଂ କରିଛି ଟିମ୍ ଭାରତ । ୫୫ ରନରେ ଦକ୍ଷିଣ ଆଫ୍ରିକାକୁ କଲା ଅଲଆଉଟ । ଫଳରେ ୨ ଅଙ୍କ ଛୁଇଁ ପାରିଲେନି ୯ ଜଣ ବ୍ୟାଟ୍ସମ୍ୟାନ । ମାତ୍ର ୨ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁଛନ୍ତି । ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁନାହାନ୍ତି ।
ଅଧିକ ପଢନ୍ତି : ଆଜି ସାଉଥଆଫ୍ରିକା-ଭାରତ ୨ୟ ଟେଷ୍ଟ, ସିରିଜ ବରାବର ଲକ୍ଷ୍ୟରେ ରୋହିତ ବାହିନୀ
ଭାରତୀୟ ବୋଲରଙ୍କ ମଧ୍ୟରେ କେବଳ ୪ ଜଣ ବୋଲିଂ କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣ ଓ୍ବିକେଟ ଅକ୍ତିଆର କରିନାହାନ୍ତି । କେବଳ ପେସରମାନେ ବୋଲିଂ କରିଥିବାବେଳେ ସ୍ପିନର ସୁଯୋଗ ପାଇନାହାନ୍ତି । ଜାଡେଜା ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ବୋଲିଂ କରିନାହାନ୍ତି । ସିରାଜ ୯ ଓଭର ବୋଲିଂ କରି ୧୫ ବ୍ୟୟ କରିଥିବାବେଳେ ୬ଟି ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । ଏଥି ମଧ୍ୟରେ ୩ ଓଭର ମେଡେନ ରହିଛି ।