Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ, ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌

Sports

ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ, ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌

Banajyotshna Ray
Browse all articles by Banajyotshna Ray
·2 years ago
ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ, ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌

ଅର୍ଗସ ବ୍ୟୁରୋ:  ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦ । ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌ । ଆଗୁଆ ସିରିଜ୍‌ କବ୍ଜା ଲକ୍ଷ୍ୟ ଭାରତୀୟ ଦଳ । ବିଶ୍ବକପ୍‌ ଫାଇନାଲ୍ ପରାଜୟ ପରେ ସପ୍ତାହକ ପାଇଁ ବିଶ୍ରାମ ନେଇଥିବା ଶ୍ରେୟସ ଆୟର ଦଳକୁ ଫେରୁଛନ୍ତି। ସେ ଋତୁରାଜ ଗାଏକ୍ବାଡଙ୍କଠାରୁ ଉପ ଅଧିନାୟକ ଦାୟିତ୍ବ ମଧ୍ୟ ସମ୍ଭାଳିବେ।

ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବ୍ୟାଟିଂକୁ ନେଇ ‌‌ସେଭଳି ଚିନ୍ତା ନାହିଁ। ସେପଟେ ଭାରତୀୟ ବୋଲିଂ ବାହିନୀ ପ୍ରଥମ ମ୍ୟାଚ୍ ତୁଳନାରେ ଦ୍ବିତୀୟରେ ଉନ୍ନତି କରିଥିଲେ। ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ପାଇଁ ଆଜିର ମ୍ୟାଚ୍‌ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs Australia 3rd T20I today | Argus English