Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୨୫ରୁ

Sports

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୨୫ରୁ

Ritu Das
Browse all articles by Ritu Das
·2 years ago·1 min read
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୨୫ରୁ

ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନକୁ ଟ୍ବେଣ୍ଟି-୨୦ରେ ମୂଳପୋଛ କରିବା ପରେ ଭାରତୀୟ ଦଳ ପରବର୍ତ୍ତୀ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଆସନ୍ତା ସପ୍ତାହରେ ଭାରତ ସହିତ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡ ଆସୁଛି। ତେଣୁ ପୁଣି ଥରେ ଆକ୍ସନ୍‌ ମୁଡରେ ଅଛନ୍ତି ତାରକା ଖେଳାଳି। ଘରୋଇ ଟେଷ୍ଟ ଶୃଙ୍ଖଳାରେ ଭାରତ ଗତ ୧୦ ବର୍ଷ ଧରି ଆଧିପତ୍ୟ ବିସ୍ତାର କରି ଆସୁଛି। ଶେଷ ଥର ପାଇଁ ଇଂଲଣ୍ଡ ହିଁ ଭାରତକୁ ହରାଇଥିଲା। ୨୦୧୨-୧୩ ଋତୁରେ ଇଂଲଣ୍ଡ ୨-୧ରେ ଶୃଙ୍ଖଳା ଜିତିଥିଲା। କିନ୍ତୁ ଏହାପରଠୁ ଇଂଲଣ୍ଡ ଦୁଇଥର ଭାରତକୁ ଆସିଥିଲେ ମଧ୍ୟ ଉଭୟ ଥର ୪-୦ ଓ ୩-୧ରେ ପରାଜୟର ସାମ୍ନା କରିଥିଲା। ଏପରିକି ଉକ୍ତ ପରାଜୟ ପରଠୁ ଭାରତ ଲଗାତାର ୧୬ ଘରୋଇ ଶୃଙ୍ଖଳା ଜିତିଆସୁଛି।

ଇଂଲଣ୍ଡର ମଧ୍ୟ ଭାରତରେ ରେକର୍ଡ କିଛି ଖରାପ ନାହିଁ। ୧୯୩୩-୩୪ରେ ପ୍ରଥମ ଥର ଭାରତ ଆସିଥିଲା ବେଳେ ୨-୦ରେ ଶୃଙ୍ଖଳା ଜିତିଥିଲା। ବର୍ତ୍ତମାନସୁଦ୍ଧା ଉଭୟ ଦଳଙ୍କ ମଧ୍ୟରେ ଭାରତରେ ୧୬ଟି ଶୃଙ୍ଖଳା ଆୟୋଜିତ ହୋଇଛି। ଯେଉଁଥିରୁ ୫ଟି ଇଂଲଣ୍ଡ ବିଜେତା ହୋଇଛି। ଭାରତ ୮ ଶୃଙ୍ଖଳା ଜିତିଥିଲା ବେଳେ ୩ଟି ଅମୀମାଂସିତ ରହିଛି। ୨୦୧୧ ପରଠୁ ଦୁଇ ଦଳଙ୍କ ମଧ୍ୟରେ ନିଜନିଜ ଘରେ ୭ ଶୃଙ୍ଖଳା ଖେଳାଯାଇଥିଲା ବେଳେ ଇଂଲଣ୍ଡ ୪-୨ରେ ଆଗୁଆ ରହିଛି। ଇଂଲଣ୍ଡରେ ଖେଳାଯାଇଥିବା ଶେଷ ଟେଷ୍ଟ ଶୃଙ୍ଖଳା ୨-୨ରେ ଅମୀମାଂସିତ ରହିଥିଲା। ମୋଟାମୋଟି ଭାବେ ଉଭୟ ଦଳ ମଧ୍ୟରେ ୩୫ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିଲା ବେଳେ ଇଂଲଣ୍ଡ ୧୯-୧୧ରେ ଆଗୁଆ ରହିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-England | Argus English