ବିଶ୍ୱକପ କ୍ରିକେଟ; ଦକ୍ଷିଣ ଆଫ୍ରିକାକୁ ଦୟନୀୟ ଭାବେ ହରାଇଲା ଭାରତ

ଅର୍ଗସ ବ୍ୟୁରୋ: ଭାରତର ଦମଦାର ବିଜୟ । ଦକ୍ଷିଣ ଆଫ୍ରିକାକୁ 243 ରନ୍ ରେ ହରାଇଲା ଭାରତ । ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର । 83ରେ ଅଲ ଆଉଟ୍ ହେଲା ଦକ୍ଷିଣ ଆଫ୍ରିକା । 27.1 ଓଭରରେ ଅଲଆଉଟ୍ ହେଲା ଦକ୍ଷିଣ ଆଫ୍ରିକା ।
ବିଶ୍ବକପ-୨୦୨୩: ଟସ ଜିତି ଭାରତର ବ୍ୟାଟିଂ ଜାରି
କ୍ରମାଗତ ଅଷ୍ଟମ ମ୍ୟାଚ ଜିତିଛି ଭାରତ । ସଶକ୍ତ ସାଉଥ ଆଫ୍ରିକାକୁ ଅତି ଦୟନୀୟ ଭାବେ ପରାସ୍ତ କରି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି ଭାରତ । ଇଡେନ୍ ଗାର୍ଡେନରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମା । ଓପନିଂ ଯୋଡ଼ିରେ ରୋହିତ ଓ ଶୁଭମନ କରିଥିଲେ ଦମଦାର ବ୍ୟାଟିଂ । ପ୍ରଥମ ୱିକେଟ୍ ପାଇଁ ଦୁହେଁ 6 ଓଭରରେ 62 ରନ୍ ସଂଗ୍ରହ କରିଥିଲେ । ରୋହିତ 24 ବଲରୁ 40 ରନ୍ କରି ଆଉଟ୍ ହୋଇଥିଲେ ।
📱 Get Argus News App
✨ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି, ଦିନିକିଆରେ 49 ତମ ଶତକ ହାସଲ...
ଭାରତ ପ୍ରଥମ 10 ଓଭରରେ 93 ରନ୍ କରିଥିଲେ ହେଁ ଦୁଇ ଓପନର ଆଉଟ୍ ହେବା ପରେ ଧିମା ହୋଇଥିଲା ଭାରତର ବ୍ୟାଟିଂ। କିନ୍ତୁ ବିରାଟ କୋହଲି ଓ ଶ୍ରେୟାସ ଆୟର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି 134 ରନର ଭାଗିଦାରୀ କରିଥିଲେ। ଶ୍ରେୟାସ ଆୟର 77 ରନ୍ କରିଥିବାବେଳେ ଶେଷ ଭାଗରେ ସୂର୍ଯ୍ୟକୁମାର ଯାଦବ 22 ଓ ରବୀନ୍ଦ୍ର ଜାଡେଜା 29 ରନର ଦ୍ରୁତ ଇନିଂସ ଖେଳିବାରୁ ଭାରତ 326 ରନର ସ୍କୋର କରିଥିଲା । ଅନ୍ୟପଟେ କେବଳ 83 ରନ କରି ଅଲଆଉଟ୍ ହୋଇଛି ସାଉଥ ଆଫ୍ରିକା ।