ମା' ହେବାକୁ ଯାଉଛନ୍ତି ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ବିଟୋଭା
·2 years ago

ଅର୍ଗସ ବ୍ୟୁରୋ: ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ବିଟୋଭା ପ୍ରଥମଥର ସନ୍ତାନର ମା' ହେବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଚେକ ରିପବ୍ଲିକର ଏହି ଖେଳାଳି ଓ ତାଙ୍କ ସ୍ବାମୀ ନୂଆବର୍ଷ ଅଭିନନ୍ଦନ ଜଣାଇବା ସହ ଏହି ଖବରକୁ ଶେୟାର କରିଛନ୍ତି। ତାଙ୍କ ପରିବାର ଗ୍ରୀଷ୍ମ ଋତୁରେ ନୂଆ ସନ୍ତାନକୁ ସ୍ବାଗତ କରିବେ ବୋଲି ସେ କହିଛନ୍ତି।
କ୍ବିଟୋଭା ୨୦୨୩ ଜୁଲାଇରେ ତାଙ୍କ ଦୀର୍ଘଦିନର କୋଚ ଜିରି ଭାନେକଙ୍କୁ ବିବାହ କରିଥିଲେ। ୩୩ବର୍ଷୀୟା ଟେନିସ ଷ୍ଟାର ୨୦୧୧ ଓ ୨୦୧୪ରେ ଓ୍ବିମ୍ବେଲଡନ ଜିତିଛନ୍ତି। ବର୍ତ୍ତମାନ ରାଙ୍କିଙ୍ଗ ତାଲିକାରେ ସେ ୧୭ତମ ସ୍ଥାନରେ ଅଛନ୍ତି। ଡିସେମ୍ବର ପ୍ରଥମ ଭାଗରେ ଅଷ୍ଟ୍ରେଲିଆନ ଓପନ ଏଣ୍ଟ୍ରି ଲିଷ୍ଟରେ କ୍ବିଟୋଭାଙ୍କ ନାମ ସ୍ଥାନ ପାଇଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: