Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଥମ ଟେଷ୍ଟ: ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୪୨୧/୭

Sports

ପ୍ରଥମ ଟେଷ୍ଟ: ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୪୨୧/୭

Ritu Das
Browse all articles by Ritu Das
·2 years ago·1 min read
ପ୍ରଥମ ଟେଷ୍ଟ: ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୪୨୧/୭

ଅର୍ଗସ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୭ ୱିକେଟ ବିନିମୟରେ ୪୨୧ ରନରେ ପହଞ୍ଚିଛି। ଏଥି ସହିତ ଇଂଲଣ୍ଡ ବିପକ୍ଷରେ ଭାରତ ୧୭୫ ରନରେ ଅଗୁଆ ରହିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଅପରାଜିତ ଅଛନ୍ତି। 

ମୁକାବିଲାର ପ୍ରଥମ ଦିନ (ଗୁରୁବାର)ରେ ଭାରତ ଗୋଟିଏ ୱିକେଟ ହରାଇ ୧୧୯ ରନ୍‌ ସଂଗ୍ରହ କରିଥିଲା। ଅଧିନାୟକ ରୋହିତ ଶର୍ମା ୨୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଆଜି ଦ୍ବିତୀୟ ଦିନରେ ଯଶସ୍ବୀ ଜୟସ୍ବାଲ ୭୪ଟି ବଲ ଖେଳି ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୮୦ ରନ ସଂଗ୍ରହ କରିଥିଲେ। ସେହିପରି ଶୁଭମନ ଗିଲ ୬୬ ବଲ ଖେଳି ୨୩ ରନ ସଂଗ୍ରହ କରିଥିଲେ। କେଏଲ ରାହୁଲ ୮୬ ରନ, ଶ୍ରେୟସ ଆୟର ୩୫ ରନ୍‌ ଓ ଶ୍ରୀକର ଭରତ ୪୧ ରନ ସଂଗ୍ରହ କରି ଆଉଟ ହୋଇଥିଲେ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଟିମ ଇଣ୍ଡିଆର ସ୍ପିନ ଆଟାକ ଇଂଲଣ୍ଡର ବ୍ୟାଟିଂ ଆକ୍ରମଣକୁ ବିଫଳ କରିଦେଇଥିଲା । ତେବେ ଅଧିନାୟକ ବେନ ଷ୍ଟୋକ୍ସ ଏକାକି ବୋଲରଙ୍କ ସାମ୍ନା କରି ଅର୍ଦ୍ଧଶତକ ହାସଲ କରିଥିଲେ। ଆର ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ତ୍ରିକୋଣୀୟ ଦଳ ଇଂଲଣ୍ଡର ପ୍ରଥମ ଇନିଂସକୁ ମାତ୍ର ୨୪୬ ରନରେ ଅଲଆଉଟ କରିଦେଇଥିଲେ। ଅଶ୍ବିନ ଓ ଜାଡେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
First Test: At the end | Argus English