|
logo
Live

Argus News - ପାକିସ୍ତାନକୁ ୯୩ ରନରେ ହରାଇଲା ଇଂଲଣ୍ଡ

Sports

ପାକିସ୍ତାନକୁ ୯୩ ରନରେ ହରାଇଲା ଇଂଲଣ୍ଡ

Ritu Das
Browse all articles by Ritu Das
·2 years ago·1 min read
ପାକିସ୍ତାନକୁ ୯୩ ରନରେ ହରାଇଲା ଇଂଲଣ୍ଡ

ଅର୍ଗସ ବ୍ୟୁରୋ: କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ପାକିସ୍ତାନକୁ ୯୩ ରନରେ ପରାସ୍ତ କରିଛି ଇଂଲଣ୍ଡ । ତେବେ ଏହା ସହିତ ବିଶ୍ବକପରେ ଉଭୟ ଦଳର ଅଭିଯାନ ଶେଷ ହୋଇଯାଇଛି ।

ବିଜୟ ପାଇଁ ପାକିସ୍ତାନ ଆଗରେ ୩୩୮ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଏହାର ଜବାବରେ ପାକିସ୍ତାନ ୪୩.୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ଆଗା ସଲମାନ ୫୧ ରନ କରିଥିବାବେଳେ ବାବର ଆଜମ ୩୮ ରନ ଓ ମହମ୍ମଦ ରିଜଓ୍ବାନ ୩୬ ରନ କରିଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ଓ ଡାଓ୍ବିଡ୍ ମଲାନ ଭଲ ଆରମ୍ଭ କରିଥିଲେ । ମଲାନ ୩୧ ରନ କରିଥିବାବେଳେ ବେୟାରଷ୍ଟୋ ୫୯ ରନ କରିଥିଲେ । ଏହି ଦୁଇ ଓପନର ଆଉଟ ହେବା ପରେ ଆସିଥିବା ଜୋ ରୁଟ୍ ଓ ବେନ ଷ୍ଟୋକ୍ସ ଏକ ଭଲ ପାର୍ଟନରସିପ କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପାକିସ୍ତାନକୁ ୯୩ ରନରେ ହରାଇଲା ଇଂଲଣ୍ଡ | Argus English