Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ରୀଡ଼ାରେ ମହିଳାଙ୍କୁ ପ୍ରାଧାନ୍ୟ

Sports

କ୍ରୀଡ଼ାରେ ମହିଳାଙ୍କୁ ପ୍ରାଧାନ୍ୟ

Ritu Das
Browse all articles by Ritu Das
·2 years ago·2 min read
କ୍ରୀଡ଼ାରେ ମହିଳାଙ୍କୁ ପ୍ରାଧାନ୍ୟ

ଅର୍ଗସ ବ୍ୟୁରୋ: କ୍ରୀଡ଼ା ଜଗତରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ୨୦୨୩ରେ ମହିଳା ଫୁଟବଲ ବିଶ୍ବକପ, ମହିଳା ଟି-୨୦ କ୍ରିକେଟ ବିଶ୍ବକପ, ୧୯ବର୍ଷରୁ କମ ମହିଳା ବିଶ୍ବକପ ପରି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ବିଶ୍ବ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ମହିଳା ବକ୍ସର ୪ ସ୍ବର୍ଣ୍ଣ ପଦକ ସହିତ ଇତିହାସ ରଚିଥିଲେ। ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ୍ସ ଆଖ୍ୟା ଅର୍ଜନ କରିଥିଲା। ଚାଲନ୍ତୁ ତାହାଲେ ଆଜି କିଛି ସ୍ମୃତିକୁ ମନେ ପକାଇବା।

ଡୋପିଂ

ଡୋପିଂକୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରହିଥିବାବେଳେ ଅନେକ ଖେଳାଳି ସଫଳତାର ସହଜ ରାସ୍ତା ଲକ୍ଷ୍ୟରେ ଡୋପିଂ କରିଥାନ୍ତି। ୨୦୨୩ରେ ଏଭଳି ଅନେକ ଖେଳାଳି ଡୋପିଂରେ ଧରାପଡ଼ି ବାସନ୍ଦ ହେବାସହିତ ବ୍ୟାନ ମଧ୍ୟ ହୋଇଛନ୍ତି। ଭାରତୀୟ ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମକାର ଡୋପ ଟେଷ୍ଟରେ ଧରାପଡ଼ିଥିବାବେଳେ ତାଙ୍କୁ ୨୧ମାସ ବାସନ୍ଦ କରାଯାଇଥିଲା। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରୋତ୍ତୋଳକ ଇଗୋର ସୋନଙ୍କୁ ୮ବର୍ଷ ବାସନ୍ଦ କରାଯାଇଥିଲା।
ସେହିପରି ଭାରତୀୟ ଭାରୋତ୍ତୋଳିକା ସଞ୍ଜିତା ଚାନୁ ନିଷିଦ୍ଧ ପଦାର୍ଥ ସେବନ କରିବା କାରଣରୁ ତାଙ୍କୁ ୪ବର୍ଷ ବାସନ୍ଦ କରାଯାଇଥିଲା। 

ଶେଫାଳିଙ୍କୁ ଆଇସିସି ଟାଇଟଲ
ଭାରତୀୟ କ୍ରିକେଟ ଦଳ ବିଗତ ୧୦ବର୍ଷ ଧରି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ପାରୁ ନ ଥିବାବେଳେ ଟିନ ସେନସେଶନ ଶେଫାଳି ବର୍ମାଙ୍କ ନେତୃତ୍ବରେ ଭାରତ ୧୯ବର୍ଷରୁ କମ ମହିଳା ଟି-୨୦ ବିଶ୍ବକପ ବିଜୟୀ ହୋଇଥିଲା। ଫାଇନାଲରେ ଇଂଲଣ୍ଡ ମାତ୍ର ୬୮ରନରେ ଅଲଆଉଟ ହୋଇଥିବାବେଳେ ଭାରତ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। 

ସ୍ପେନକୁ ମହିଳା ବିଶ୍ବକପ
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ ବିଶ୍ବକପ ଟାଇଟଲ ହାତେଇଥିଲା ସ୍ପେନ। ୟୁରୋ ଚାମ୍ପିୟନ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ଦଳ ଏହାର ପ୍ରଥମ ବିଶ୍ବକପ ଟ୍ରଫି ଉଠାଇବାରେ ସଫଳ ହୋଇଥିଲା। ସ୍ପେନ ଅଧିନାୟିକା ଓଲଗା କାରସୋନାଙ୍କ ଏକମାତ୍ର ଗୋଲ ବଳରେ ଇଂଲଣ୍ଡ ୧-୦ରେ ପରାସ୍ତ କରିବାରେ ସମର୍ଥ ହୋଇଥିଲା। 

ସୋଫିଆ ପ୍ରଥମ ରେସର
ପ୍ରଥମ ମହିଳା ଖେଳାଳି ଭାବେ ଫର୍ମୁଲା ୩ ଗ୍ରାଣ୍ଡ ପ୍ରିରେ ପଏଣ୍ଟ ସ୍କୋର କରି ଇତିହାସ ରଚିଥିଲେ ଜର୍ମାନୀର ସୋଫିଆ ଫ୍ଲୋରେସ। ଅଷ୍ଟ୍ରିଆନ ଗ୍ରାଣ୍ଡ ପ୍ରିରେ ସେ ନବମ ସ୍ଥାନରେ ରହି ରେସ ଶେଷ କରିଥିଲେ। ୨୬ ଲାପ ସମାପ୍ତ କରିବାପାଇଁ ସୋଫିଆଙ୍କୁ ୩୮.୦୫.୭୬୫ ସେକେଣ୍ଡର ସମୟ ଲାଗିଥିଲା।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନ୍ଧାନା ସବୁଠୁ ମହଙ୍ଗା:
ଓମେନ୍ସ ପ୍ରିମିୟର ଲିଗ (wpl)ର ପ୍ରଥମ ସଂସ୍କରଣରେ ସ୍ମୃତି ମନ୍ଧାନା ସବୁଠୁ ମହଙ୍ଗା ଖେଳାଳି ରହିଥିଲେ। ୩.୪ କୋଟି ଟଙ୍କା ମୂଲ୍ୟରେ ମନ୍ଧାନା WPL ଇତତହାସର ସବୁଠୁ ମହଙ୍ଗା ଖେଳାଳି ରହିଥିଲେ। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ ତାଙ୍କୁ କିଣିଥିଲେ। 

ବୈଶାଳୀ ରଚିଥିଲେ ଇତିହାସ
ଭାରତୀୟ ଚେସ ପ୍ରତିଭା ଆର ବୈଶାଳୀ ୨୦୨୩ରେ ଗ୍ରାଣ୍ଡମାଷ୍ଟର ଆଖ୍ୟା ଅର୍ଜନ କରିଥିଲେ। ୨୨ବର୍ଷୀୟା ବୈଶାଳୀ ଭାରତରେ ତୃତୀୟ ମହିଳା ଖେଳାଳି ତଥା ଓଭରଅଲ ୮୪ତମ ଖେଳାଳିଭାବେ ଗ୍ରାଣ୍ଡ ମାଷ୍ଟର ଟାଇଟଲ ହାସଲ କରିଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 


 

 

Sponsored
Dominance of | Argus English