Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡ୍ରେସିଂରୁମ୍‌ରେ ଅବସାଦ: ମୋଦୀ ଦେଲେ ସାନ୍ତ୍ବନା

Sports

ଡ୍ରେସିଂରୁମ୍‌ରେ ଅବସାଦ: ମୋଦୀ ଦେଲେ ସାନ୍ତ୍ବନା

Ritu Das
Browse all articles by Ritu Das
·2 years ago·1 min read
ଡ୍ରେସିଂରୁମ୍‌ରେ ଅବସାଦ: ମୋଦୀ ଦେଲେ ସାନ୍ତ୍ବନା

ଅର୍ଗସ ବ୍ୟୁରୋ: ବିଶ୍ବକପ୍‌ ଫାଇନାଲ୍‌ରେ ଅୟୋଜକ ଭାରତ ୬ ୱିକେଟ୍‌ରେ ଅଷ୍ଟ୍ରେଲିଆଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଦେଢ଼ମାସ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତ ‌ଯେପରି ପ୍ରଦର୍ଶନ ଦେଇ ଫାଇନାଲ୍‌କୁ ଆସିଥିଲା ତାହା ଚମତ୍କାର ଥିଲା। କିନ୍ତୁ ଶେ‌ଷରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସୁନ୍ଦର ପ୍ରଦର୍ଶନ ଆଗରେ ହାର୍‌ ମାନିଯାଇଥିଲା। ତୃତୀୟ ବିଶ୍ବକପ୍‌ ସ୍ବପ୍ନ ଭାଙ୍ଗିଯିବାପରେ କୋଟି କୋଟି କ୍ରୀଡ଼ାପ୍ରେମୀଙ୍କ ହୃଦୟ ଭାଙ୍ଗିଯାଇଛି। ପରେ ଭାରତୀୟ ଡ୍ରେସିଂ ରୁମ୍‌ରେ ଅବସାଦର ପରିବେଶ ଦେଖିବାକୁ ମିଳିଥିଲା। ଖେଳାଳିମାନେ ନିରାଶ ହୋଇ ବସିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଖେଳାଳିମାନଙ୍କୁ ସାନ୍ତ୍ବନା ଦେବା ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ।

ସ୍ପିନ୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ସହ ମୋଦୀ କିଛି ସମୟ ବାର୍ତ୍ତାଳାପ କରିବା ପରେ ସାମିଙ୍କୁ କୁଣ୍ଢାଇ ସାନ୍ତ୍ବନା ଦେଇଥିଲେ। ପରେ ଅନ୍ୟ ଖେଳାଳିମାନଙ୍କୁ ଭେଟି ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଫାଇନାଲ୍‌ ପରେ ପ୍ରତି ମ୍ୟାଚ୍‌ ଭଳି ଭାରତୀୟ ଡ୍ରେସିଂ ରୁମ୍‌ରେ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା। ମୋଦୀ ଭାରତୀୟ କ୍ୟାପଟେନ ରୋହିତ ର୍ଶମା ଏବଂ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି ଦୁଇ ଜଣଙ୍କ ହାତକୁ ଧରି ସାନ୍ତ୍ବନା ଦେଇଥିଲେ। ଆଉ କଅବସାଦ ପରିବେଶରେ ଏହି ପୁରସ୍କାର ବିରାଟ କୋହଲିଙ୍କୁ ପ୍ରଦାନ କରି‌ଥିଲେ ଦିଲୀପ। ରବୀନ୍ଦ୍ର ଜାଡ଼େଜା, କୋହଲିଙ୍କୁ ସ୍ବର୍ଣ୍ଣ ପଦକ ପିନ୍ଧାଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Confusion | Argus English