|
logo
Live

Argus News - ୨୦ହଜାର ରନ ପୁରା କଲେ ଚେତେଶ୍ବର ପୂଜାରା

Sports

୨୦ହଜାର ରନ ପୁରା କଲେ ଚେତେଶ୍ବର ପୂଜାରା

Ritu Das
Browse all articles by Ritu Das
·2 years ago·1 min read
୨୦ହଜାର ରନ ପୁରା କଲେ ଚେତେଶ୍ବର ପୂଜାରା

ଅର୍ଗସ ବ୍ୟୁରୋ: କ୍ରିକେଟରେ ୨୦ ହଜାର ରନ ପୁରା କରିଛନ୍ତି ଭାରତୀୟ କ୍ରିକେଟର ଚେତେଶ୍ବର ପୂଜାରା। ଏଭଳି କରିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର ହୋଇଛନ୍ତି। ପୂଜାରାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡ ଏହି ସଫଳତା ହାସଲ କରିଛନ୍ତି। 

ଫାଷ୍ଟ କ୍ଲାସ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟରଙ୍କ ତାଲିକାରେ ପୂର୍ବତନ ଭାରତୀୟ କମିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଥମ ସ୍ଥାନରେ ଅଛନ୍ତି। ଲିଟିଲ ମାଷ୍ଟର ୫୧.୪୬ ହାରରେ ୩୪୮ ଫାଷ୍ଟ କ୍ଲାସ ମ୍ୟାଚ ଖେଳି ୨୫୮୩୪ ରନ କରିଛନ୍ତି। ଫାଷ୍ଟ କ୍ଲାସ କ୍ରିକେଟର ଗାଭାସ୍କର ୮୧ ଥର ଶତକ ହାସଲ କରିଛନ୍ତି। 

ଏହି ତାଲିକାରେ ସଚିନ ତେନ୍ଦୁଲକର ଦ୍ବିତୀୟ ସ୍ଥାନରେ ଅଛନ୍ତି। ସଚିନ ୩୧୦ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳି ୨୫,୩୯୬ ରନ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ତାଙ୍କର କ୍ୟାରିୟରରେ ୮୧ଟି ଶତକ ହାସଲ କରିଥିଲେ। ରାହୁଲ ଦ୍ରାବିଡ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଦଳର ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ୨୯୮ ଫାଷ୍ଟ କ୍ଲାସ ମ୍ୟାଚରେ ୨୩୭୯୪ ରନ କରିଛନ୍ତି। ଭାରତୀ କ୍ରିକେଟ ଟିମର ଦ ଓ୍ବାଲ ନାମରେ ଜଣାଶୁଣା ଦ୍ରାବିଡ ତାଙ୍କର କ୍ରିକେଟ କ୍ୟାରିୟରରେ ୫୫.୩୩ ହାରରେ ରନ ସଂଗ୍ରହ କରିଥିଲେ। ଏହାବ୍ୟତୀତ ସେ ଫାଷ୍ଟ କ୍ରିକେଟରେ ୬୮ଥର ଶତକ ହାସଲ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
୨୦ହଜାର ରନ ପୁରା କଲେ ଚେତେଶ୍ବର ପୂଜାରା | Argus English