ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ
·2 years ago

ଅର୍ଗସ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ୍ । ଟସ୍ ଜିତିଲା ଅଷ୍ଟ୍ରେଲିଆ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିବ ଭାରତ । ସେପଟେ ଫ୍ୟାନ୍ସମାନଙ୍କୁ ଉତ୍ସାହିତ କରିବାକୁ ବାୟୁସେନା ପକ୍ଷରୁ ଏୟାର ସୋ ଆରମ୍ଭ ହୋଇଗଲାଣି ।
ବିଶ୍ବକପ ଫାଇନାଲ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି । ଅହମ୍ମଦାବାଦ ଏୟାରପୋର୍ଟରେ ଦର୍ଶକଙ୍କୁ ସ୍ଵାଗତ କରାଯାଉଛି । ସ୍ଥାନୀୟ ଦୋକାନ ଗୁଡ଼ିକରେ ଭିକ୍ଟ୍ରି କେକ୍ ନେବାକୁ ଫ୍ୟାନଙ୍କ ଭିଡ଼ ବଢୁଛି । ମ୍ୟାଚ ଦେଖିବା ପାଇଁ ଦେଶ ବିଦେଶର କୋଟି କୋଟି କ୍ରିକେଟ ପ୍ରେମୀ ଚାତକ ପରି ଅନାଇ ରହିଛନ୍ତି । ସମସ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ଆଉ ଉତ୍ସାହ ଭରି ରହିଛି। ଅହମ୍ମଦାବାଦ ଏୟାରପୋର୍ଟରେ ଦର୍ଶକଙ୍କୁ ସ୍ଵାଗତ କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: