Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ଅଷ୍ଟ୍ରେଲିଆ

Sports

ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ଅଷ୍ଟ୍ରେଲିଆ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ: ଆସନ୍ତା ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ତେବେ ଭାରତ ଯେଉଁ ପ୍ରତିଶୋଧର ଅପେକ୍ଷାରେ ରହିଥିଲା ଶେଷରେ ସେହି ସମୟ ଆସି ପହଞ୍ଚିଛି । ଗତକାଲି ଦ୍ୱିତୀୟ ସେମିଫାଇନାଲରେ ସାଉଥ ଆଫ୍ରିକାକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ତେଣୁ ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ପ୍ରତିଯୋଗିତା କରିବାକୁ ଯାଉଛି କଙ୍ଗାରୁ ଦଳ । ୨୦୦୩ ମସିହାରେ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହୋଇଥିଲା।

ଏଥିରେ ଅଧିନାୟକ ରିକି ପଣ୍ଟିଙ୍ଗଙ୍କ ୧୪୦ ରନର ବିସ୍ଫୋରକ ଅପରାଜିତ ଇନିଂସ ଯୋଗୁଁ କଙ୍ଗାରୁ ଦଳ ୨ ୱିକେଟ୍ ହରାଇ ୩୫୯ ରନ୍ ସ୍କୋର କରିଥିଲା। ଶେଷରେ ଭାରତୀୟ ଦଳ ମାତ୍ର ୨୩୪ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ତେବେ ଚଳିତ ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ଏକଦମ ଫର୍ମରେ ରହିଥିବା ବେଳେ ଏହା ଅଷ୍ଟ୍ରେଲିଆ ଉପରେ ଭାରି ପଡିପାରେ ବୋଲି କୁହାଯାଉଛି । ସେପଟେ ଅହମଦାବାଦରେ ବିଶ୍ବକପ ଫାଇନାଲ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Australia knock out South Africa in tense match to clash with India at World Cup 2023 final on Sunday | Argus English