Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇପିଏଲର ସମସ୍ତଙ୍କ ନଜର ଥାଏ ମଲ୍ଲିକାଙ୍କ ଉପରେ

Sports

ଆଇପିଏଲର ସମସ୍ତଙ୍କ ନଜର ଥାଏ ମଲ୍ଲିକାଙ୍କ ଉପରେ

Ritu Das
Browse all articles by Ritu Das
·2 years ago·1 min read
ଆଇପିଏଲର ସମସ୍ତଙ୍କ ନଜର ଥାଏ ମଲ୍ଲିକାଙ୍କ ଉପରେ

ଅର୍ଗସ ବ୍ୟୁରୋ: ଆପଣଙ୍କ ମନକୁ ନିଶ୍ଚିତ ପ୍ରଶ୍ନ ଆସୁଥିବ ନିଲାମରେ ଜଣେ ମହିଳା କାହିଁକି ସବୁବେଳେ ନିଲାମ ଡକରାରେ ଥାଆନ୍ତି। ଚାଲନ୍ତୁ ଜାଣିବା। ଆଇପିଏଲ ୨୦୨୪ର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚଳିତବର୍ଷ ପ୍ରଥମଥର ଦୁବାଇରେ ହୋଇଛି ଆଇପିଏଲ ନିଲାମ। ଏହ ସମୟରେ ମଧ୍ୟ ମଲ୍ଲିକା ସାଗର ଏହି ନିଲାମରେ ନିଲାମକାରୀ ଭୂମିକାରେ ରହିଛନ୍ତି। କିନ୍ତୁ କିଏ ଏହି ମଲ୍ଲିକା ସାଗର ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ବାସ୍ତବରେ ମଲ୍ଲିକା ସାଗର ନିଲାମ ଜଗତରେ ଏକ ନୂଆ ଚେହେରା ନୁହେଁ। ଏହାପୂର୍ବରୁ ତାଙ୍କୁ ଅନେକ ନିଲାମର ଦେଖିବାକୁ ମଳିଛି। ନିକଟରେ ମଲ୍ଲିକା ସାଗରଙ୍କୁ ମହିଳା ପ୍ରିମିୟର ଲିଗ ନିଲାମରେ ଦେଖିବାକୁ ମିଳିଥିଲା। 

ମୁମ୍ବାଇର କଳା ସଂଗ୍ରହକାରୀ ମଲ୍ଲିକା ସାଗର କ୍ରୀଡ଼ା ଜଗତରେ ଏକ ଜଣାଶୁଣା ନାମ। ତାଙ୍କୁ ପ୍ରାୟ ୪୮ ବର୍ଷ ବୟସ। ମଲ୍ଲିକା ବ୍ରାୟନ ମାୟର କଲେଜ ଫିଲାଡେଲଫିଆରୁ ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିଲେ। ସେ କଳା ଏବଂ ଇତିହାସରେ ରିସର୍ଚ୍ଚ କରୁଥିଲେ। ତାଙ୍କର ୨୫ ବର୍ଷର ନିଲାମ ସମ୍ବନ୍ଧୀୟ ଅଭିଜ୍ଞତା ଅଛି। କ୍ରିକେଟ ବ୍ୟତୀତ ସେ ପ୍ରୋ କବାଡି ଲିଗ ନିଲାମରେ ନିଲାମକାରୀ ଭୂମିକା ଗ୍ରହଣ କରିଛନ୍ତି। ଏହାବ୍ୟତୀତ ସେ ମୁମ୍ବାଇର ପ୍ରସିଦ୍ଧ ପାଣ୍ଡୋଲ ଆର୍ଟ ଗ୍ୟାଲେରୀରେ ଅନେକ ନିଲାମ ଆୟୋଜନ କରିଛନ୍ତି। 

ସୂଚନାଯୋଗ୍ୟ, ମଲ୍ଲିକା ସାଗର ଆଇପିଏଲରେ ଚାରୁ ଶର୍ମାଙ୍କ ସ୍ଥାନ ନେଇଛନ୍ତି। ଏହାପୂର୍ବରୁ ଆଇପିଏଲ ନିଲାମ ୨୦୨୩ରେ ନିଲାମ ସମୟରେ ହଗ ଆଡମିସେସ ବେହୋସ ହୋଇଥିଲେ। ଏହି ମେଡିକାଲ ଏମରଜେନ୍ସି ପରେ ହଗ ଆଡମିସେସ ନିଲାମ ସମାପ୍ତ କରିଥିଲେ। ଏହାପୂର୍ବରୁ ୨୦୦୮ରୁ ୨୦୨୮ ପର୍ଯ୍ୟନ୍ତ ରିଚାର୍ଡ ମ୍ୟାଡଲେ ଆଇପିଏଲ ନିଲାମ ଆୟୋଜନ କରୁଥିଲେ ରିଚାର୍ଡ ମ୍ୟାଡଲେ ସରେ ଫ୍ରାଞ୍ଚାଇଜରୁ ଏକ ଅନ୍ତର୍ଜାତୀୟ ହକି ଖେଳାଳି ଏବଂ କ୍ରିକେଟ ଖେଳାଳି ଭାବେ କାର୍ଯ୍ୟ କରିଛନ୍ତି। ବାସ୍ତବରେ ନିଲାମରେ ୨୦୧୯ରେ ହଗ ଆଡମିସେସ ମ୍ୟାଡଲିଙ୍କ ସ୍ଥାନରେ ଅଫର ପାଇଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
All eyes | Argus English