Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨ୟ ଟି-୨୦: ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

Sports

୨ୟ ଟି-୨୦: ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

Ritu Das
Browse all articles by Ritu Das
·2 years ago·1 min read
୨ୟ ଟି-୨୦: ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଅର୍ଗସ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ଟିମ୍‌ ମଧ୍ୟରେ ରବିବାର ଚଳିତ ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ହୋଇଛି। କେରଳର ଥିରୁଅନନ୍ତପୁରମ୍‌ସ୍ଥିତ ଗ୍ରିନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡଙ୍କ ସମେତ ଈଶାନ କିଶନଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୯ଟି ଚୌକା ଓ ୧୩ଟି ଛକା ବଳରେ ୨୩୫ ରନ୍‌ କରିଛି। ଫଳରେ ଅତିଥି ଟିମ୍‌କୁ ଏହି ମ୍ୟାଚ୍‌ ବିଜୟ ହାସଲ ପାଇଁ ୨୩୬ ରନ୍‌ର ଟାର୍ଗେଟ ମିଳିଛି।

କଙ୍ଗାରୁ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ଭାରତର ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଓ ଋତୁରାଜ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୭୭ ରନ୍‌ର ଭାଗିଦାରୀ କରିପାରିଥିଲେ। ଯଶସ୍ବୀ ଆଉଟ୍‌ ହୋଇ ପାଭିଲିଅନ୍‌ ଫେରି ଆସିବା ପୂର୍ବରୁ ୨୫ଟି ବଲ୍‌ ଖେଳି ୯ଟି ଚୌକା ଓ ୨ଟି ଛକା ବଳରେ ବ୍ୟକ୍ତିଗତ ୫୩ ରନ୍‌ ସଂଗ୍ରହ କରିଥିଲେ।

ଟିମ୍‌ ଇଣ୍ଡିଆର ସ୍କୋର ୧୬୪ ରନ୍‌ ବେଳକୁ ଈଶାନ କିଶନ ଆଉଟ୍‌ ହୋଇଥିଲେ। ସେ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ବଳରେ ୫୨ ରନ୍‌ କରିଥିଲେ। ସେହିପରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଉଟ୍‌ ହେବା ପୂର୍ବରୁ ୧୯ ରନ୍‌ ସଂଗ୍ରହ କରିଥିଲେ। ସେ ୧୦ଟି ବଲ୍‌ ଖେଳି ୨ଟି ଛକା ମାରିଥିଲେ। ଟିମ୍‌ ଇଣ୍ଡିଆର ଅନ୍ୟ ଯୁବ ବ୍ୟାଟର ଋତୁରାଜ ଗାଏକ୍ବାଡ ୪୩ଟି ବଲ୍‌ ଖେଳି ୫୮ ରନ୍‌ ସଂଗ୍ରହ କରିଥିଲେ।‌ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
2nd T20 | Argus English